ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ସାଧାରଣତଃ ଶୀତ ଦିନ ଆସିଲେ ଅନେକ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇଥାଏ। ବଦଳୁଥିବା ପାଣିପାଗ ଯୋଗୁଁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଥାଏ। ଫଳରେ ପିଲାଠୁ ବୟସ୍କ ସଭିଙ୍କଠାରେ ଥଣ୍ଡା, କାଶ, ଛିଙ୍କ ଏବଂ ଭାଇରାଲ ଜ୍ୱର ଆଦି ଦୀର୍ଘ ଦିନ ଧରି ଲାଗି ରୁହେ।

ତେଣୁ ନିଜ ସହିତ ପରିବାର ବର୍ଗଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବାକୁ ପଡ଼ିବ। ଶୀତବସ୍ତ୍ର ବ୍ୟତୀତ ଖାଦ୍ୟ ପାନୀୟ ପ୍ରତି ମଧ୍ୟ ଧ୍ୟାନ ଦେବାର ଆବଶ୍ୟକତା ରହିଛି।

ଶୀତ ଦିନେ ଥଣ୍ଡା ଜ୍ଵର ହେଲେ କେମିତି ନିଜର ଯତ୍ନ ନେବେ, ଏହି ସମୟରେ ଛୋଟ ପିଲା ଓ ବୟସ୍କଙ୍କର ଯତ୍ନ କିପରି ନେବେ, ଶୀତ ଦିନେ ଥଣ୍ଡା ଜ୍ୱରରୁ କିପରି ମୁକ୍ତି ପାଇବେ, ସେ ସମ୍ପର୍କରେ ଡାକ୍ତର ଏସ୍ ସାଇଦର୍ଶିନୀଙ୍କଠାରୁ ଅଧିକ ଜାଣିବା ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #WinterColdAndCough #HealthCare #OdiaHealthTips #DoctorsAdvice

LEAVE A REPLY

Please enter your comment!
Please enter your name here