ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ପୁରୀ ରଥଯାତ୍ରା ଓ କଟକର ବାଲିଯାତ୍ରା ଜାତୀୟ ଅତୁଲ୍ୟ ସାଂସ୍କୃତିକ ଐତିହ୍ୟ ତାଲିକାରେ ସାମିଲ ହୋଇଛି। କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଅଧୀନରେ ପରିଚାଳିତ ସର୍ବୋଚ୍ଚ ସାଂସ୍କୃତିକ ସଂସ୍ଥା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଏହି ଦୁଇ ଉତ୍ସବକୁ ସାମିଲ କରାଯାଇଛି। ସୋମବାର ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି।

ଜାତୀୟ ଅତୁଲ୍ୟ ସାଂସ୍କୃତିକ ଐତିହ୍ୟ ତାଲିକାରେ ସାମିଲ ହେବା ପରେ ରଥଯାତ୍ରା ଓ ବାଲିଯାତ୍ରାକୁ ଯୁନେସ୍କୋ ଦ୍ଵାରା ବୈଶ୍ଵିକ ସାଂସ୍କୃତିକ ଐତିହ୍ୟ ମାନ୍ୟତା ମିଳିବା ନେଇ ବାଟ ଫିଟିଛି। ଏନେଇ ଆବେଦନର ଶେଷ ତାରିଖ ମାର୍ଚ୍ଚ ୩୧ ତାରିଖ ଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମୟରେ ନାମାଙ୍କନ ଦାଖଲ ହୋଇଥିଲା।

ଉଭୟ ରଥଯାତ୍ରା ଓ ବାଲିଯାତ୍ରାକୁ ଯୁନେସ୍କୋ ପକ୍ଷରୁ ବୈଶ୍ଵିକ ସାଂସ୍କୃତିକ ଐତିହ୍ୟ ମାନ୍ୟତା ମିଳିବ ବୋଲି ସମସ୍ତେ ଆଶାବାଦୀ ଥିବା କହିଛନ୍ତି ଡକ୍ଟର ଅରବିନ୍ଦ ପାଢ଼ୀ।

Tags: #Rathajatra #Balijatra #NationalHeritage #MinistryofCulture #Odisha #India

LEAVE A REPLY

Please enter your comment!
Please enter your name here