ଓଡ଼ିଶାଲାଇଭ୍ ବ୍ୟୁରୋ
ୟୁପିଏସସି ଦ୍ୱାରା ପ୍ରତିବର୍ଷ କରାଯାଉଥିବା ସିଭିଲ ସର୍ଭିସ ପ୍ରିଲିମିନାରୀ ପରୀକ୍ଷା ୨୦୨୦କୁ ସ୍ଥଗିତ ରଖାଯାଇଛି। ଚଳିତ ମେ ୩୧ ତାରିଖରେ ଏହି ପରୀକ୍ଷା ଅନୁଷ୍ଠିତ ହେବାର ଥିଲା। ତୃତୀୟ ପର୍ଯ୍ୟାୟ ଲକଡାଉନ ଯୋଗୁଁ ଏହି ପରୀକ୍ଷା ଅନ୍ୟ ଏକ ଦିନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।
ଆୟୋଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ସ୍ଥିତିର ସମୀକ୍ଷା କରାଯିବା ପରେ ଯାଇ ନୂଆ ତାରିଖ ଘୋଷଣା କରାଯିବ। ମେ ୨୦ ବେଳକୁ ନୂଆ ତାରିଖ ସମ୍ପର୍କରେ ସୂଚନା ମିଳିବ ବୋଲି ଏହି ବିଜ୍ଞପ୍ତିରେ କୁହାଯାଇଛି।