ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋଭିଡ୍‌ ମହାମାରୀ ପାଇଁ ସାରା ଦେଶରେ ଗତ ଦୁଇ ବର୍ଷରୁ ଅଧିକ ସମୟ ହେଲା ସ୍କୁଲ, କଲେଜମାନଙ୍କରେ ପାଠପଢ଼ା ବାଧାପ୍ରାପ୍ତ ହୋଇଛି। ତେଣୁ ଏହି ସମସ୍ୟାକୁ ଦୃଷ୍ଟିରେ ରଖି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୨-୨୩ ସାଧାରଣ ବଜେଟରେ ବଡ଼ ଘୋଷଣା କରିଛନ୍ତି। ଦେଶର ବିଭିନ୍ନ ସ୍ଥାନରେ ‘ଡିଜିଟାଲ ବିଶ୍ୱବିଦ୍ୟାଳୟ’ ସ୍ଥାପନ କରିବା ଲାଗି ସୀତାରମଣ ପ୍ରସ୍ତାବ ଦେଇଛନ୍ତି।

ଏହାସହ କୋଭିଡ୍‌ ସମୟରେ ଛାତ୍ରଛାତ୍ରୀମାନଙ୍କ ପାଠପଢ଼ା ବ୍ୟାହତ ହୋଇଛି। ତେଣୁ ଏହାକୁ ଅତିରିକ୍ତ କ୍ଲାସ୍‌ ମାଧ୍ୟମରେ ଭରଣା କରାଯିବ। ତେଣୁ ପ୍ରଧାନମନ୍ତ୍ରୀ ଇ-ବିଦ୍ୟା କାର୍ଯ୍ୟକ୍ରମ ଜରିଆରେ ‘ୱାନ୍‌ କ୍ଲାସ୍‌ ୱାନ୍‌ ଟିଭି ଚ୍ୟାନେଲ’ ବ୍ୟବସ୍ଥାକୁ ସଂପ୍ରସାରିତ କରାଯିବ। ଏହା ଅଧୀନରେ ପ୍ରାୟ ୨୦୦ ଚ୍ୟାନେଲ ଆରମ୍ଭ କରାଯିବ।ସ୍କୁଲର ସବୁ ଶ୍ରେଣୀ ଗୃହରେ ଟିଭି ଲାଗିବ। ଏହି ଟିଭି ଜରିଆରେ ପିଲାମାନଙ୍କୁ ପାଠ ପଢ଼ାଯିବ। ଆଇଟିଆଇ ପିଲାମାନଙ୍କୁ ଡ୍ରୋନ୍‌ ଟ୍ରେନିଂ ଦିଆଯିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି।

LEAVE A REPLY

Please enter your comment!
Please enter your name here