ଓଡ଼ିଶାଲାଇଭ୍ ବ୍ୟୁରୋ
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜର ଜିଲ୍ଲା ବାରିପଦାଠାରେ ଉଦଘାଟିତ ହୋଇଯାଇଛି ଜିଲ୍ଲାସ୍ତରୀୟ ବିକାଶ ମେଳା। ମେଳାକୁ ଗୃହ ଓ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ରବିବାର ଦିନ ଉଦଘାଟନ କରି ରାଜ୍ୟ ସରକାରଙ୍କ ୧୦୦ ଦିନର ସଫଳତା ସମ୍ପର୍କରେ କହିଥିଲେ।
ଓଡ଼ିଶାରେ ବିଜେପି ସରକାରର ୧୦୦ ଦିନର ପୂର୍ତ୍ତି ପାଳନ ଅବସରରେ ବିକାଶ ମେଳା ବାରିପଦା ଛଉ ପଡ଼ିଆଠାରେ ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ମମତା ମହାନ୍ତ, ସାଂସଦ ନବ ଚରଣ ମାଝୀ, ଉଦଳା ବିଧାୟକ ଭାସ୍କର ଚନ୍ଦ୍ର ମଢେଇ, ବାରିପଦା ବିଧାୟକ ପ୍ରକାଶ ସୋରେନ, ବଡ଼ସାହି ବିଧାୟକ ସନାତନ ବିଜୁଳି, ସାରସକଣା ବିଧାୟକ ଭାଦବ ହାଁସଦା, କରଞ୍ଜିଆ ବିଧାୟକ ପଦ୍ମ ଚରଣ ହାଇବୁରୁ, ରାଇରଙ୍ଗପୁର ବିଧାୟକ ଜଲେନ ନାଏକ, ବାଙ୍ଗିରିପୋଷି ବିଧାୟିକା ସୁଶ୍ରୀ ସଞ୍ଜଳୀ ମୁର୍ମୁ ପ୍ରମୁଖ ଯୋଗ ଦେଇଥିଲେ।
ବିକାଶ ମେଳାରେ ଜିଲ୍ଲା ପ୍ରଶାସନ ତରଫରୁ ୫୦ଟି ଷ୍ଟଲ ପଡ଼ିଥିଲା। ଏଥିରେ ବିଭିନ୍ନ ବିଭାଗର ବିକାଶ ଓ ସଫଳତା ସମ୍ପର୍କରେ ପ୍ରଦର୍ଶନୀ କରାଯାଇଥିଲା। ଏହା ସହ ଏସଏଚଜି ଗ୍ରୁପ ସଦସ୍ୟଙ୍କ ବିଭିନ୍ନ ସାମଗ୍ରୀ ବିକ୍ରି ପାଇଁ ପଡ଼ିଥିଲା।
ଉଦଘାଟନୀ ସମାରୋହରେ ମୟୂରଭଞ୍ଜ ଏସପି ଏସ ସୁଶ୍ରୀ, ଅତିରିକ୍ତ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ, ନେତ୍ରାନନ୍ଦ ମଲ୍ଲିକ, ଉଦୟ କୁମାର ମହାପାତ୍ର ଓ ଦୌଲତ ଚନ୍ଦ୍ରକାର, ଆଞ୍ଚଳିକ ପରିବହନ ଅଧିକାରୀ ବିସ୍ଵରାଜ ବେହେରା ଓ ବାରିପଦା ପୌରପାଳିକା ନିର୍ବାହୀ ଅଧିକାରି ଡକ୍ଟର ମଧୁସ୍ମିତା ସାମନ୍ତରାୟଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଯୋଗ ଦେଇଥିଲେ।
Tags: #BikashMela #Mayurbhanj #OdishaGovt #Odisha