ଓଡ଼ିଶାଲାଇଭ୍ବ୍ୟୁରୋ

ବିଜେଡିର ୫ ଘଣ୍ଟିଆ ହରତାଲକୁ ନେଇ ରାଜ୍ୟ ରାଜନୀତି ଉଷ୍ମ ହୋଇଉଠିଛି। ଦଳ ଭିତରେ ଅସନ୍ତୋଷ ପ୍ରକାଶ ପାଇବା ପରେ ବିଜେପି ନେତା ମଧ୍ୟ ବିଜେଡିକୁ ସମାଲୋଚନା କରିଛନ୍ତି।
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ କରି କହିଛନ୍ତି, “ମୋ’ ଉପରେ ରାଗ ପାଇଁ ସାଧାରଣ ଲୋକ ହଇରାଣ ହୋଇଛନ୍ତି। ଏପରିକି ରାସ୍ତାରେ ଯାଉଥିବା ମହିଳାମାନଙ୍କୁ ଅପମାନିତ କରିବା ଭଳି କାର୍ଯ୍ୟରୁ ଶାସକ ଦଳ ନିବୃତ୍ତ ରହୁ। ଶାସକ ବିଜେଡି ମୋତେ ବ୍ୟକ୍ତିଗତ ସ୍ତରରେ ଗାଳିଗୁଲଜ କଲେ ମୋର କିଛି ଆପତ୍ତି ନାହିଁ। ଗଣତନ୍ତ୍ରରେ ସାଧାରଣ ଲୋକ ହିଁ ବିଚାରକ।”
ଏହାସହ ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ସ୍ଥାନୀୟ ସରକାର ସାମ୍ବିଧାନିକ ଓ ଆଇନଗତ ଦିଗକୁ ଦୃଷ୍ଟିରେ ରଖି ଅରାଜକତା ସୃଷ୍ଟି କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। ଗଣତନ୍ତ୍ରରେ ପ୍ରତିବାଦ କରିବାର ଅଧିକାର ସମସ୍ତଙ୍କର ଅଛି। ମାତ୍ର ଆଇନରୁ କେହି ଊର୍ଦ୍ଧ୍ୱରେ ନୁହନ୍ତି। ଧର୍ମେନ୍ଦ୍ରଙ୍କ ଏହି ଟ୍ୱିଟ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି।

ଜିଏସ୍‌ଟିରେ ପେଟ୍ରୋଲ ଅନ୍ତର୍ଭୁକ୍ତ ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

ଏପଟେ ପେଟ୍ରୋଲିୟମ୍ ସାମଗ୍ରୀ ଉପରୁ ଭାଟ ଓ ସେଣ୍ଟ୍ରାଲ ଏକ୍ସସାଇଜ୍ ପ୍ରତ୍ୟାହାର କରି ଜିଏସ୍‌ଟିରେ ସାମିଲ୍ କରିବା ନେଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜ୍ଜୁ ହୋଇଛି। ସ୍ୱେଚ୍ଛାସେବୀ ସୁରେନ୍ଦ୍ର ପାଣିଗ୍ରହୀଙ୍କ ପକ୍ଷରୁ ଆଗତ ମାମଲାରେ କେନ୍ଦ୍ର ସରକାରଙ୍କ ସହ କ୍ୟାବିନେଟ୍ ସଚିବ, ପେଟ୍ରୋଲିୟମ୍ ସଚିବ, ଅର୍ଥ ସଚିବ, ଅର୍ଥ ମନ୍ତ୍ରୀ, ରାଜ୍ୟ ମୁଖ୍ୟ ଶାସନ ସଚିବ, ବିପିସିଏଲ୍, ଆଇଓସିଏଲ୍, ଏଚପିସିଏଲ୍ ଅଧ୍ୟକ୍ଷଙ୍କୁ ପକ୍ଷଭୁକ୍ତ କରାଯାଇଛି।  ପେଟ୍ରୋଲିମ୍ ସାମଗ୍ରୀର ଦର ନିୟନ୍ତ୍ରଣ ହେଲେ ଅନ୍ୟ ସାମଗ୍ରୀର ମୂଲ୍ୟ ହ୍ରାସ ପାଇବ ବୋଲି ପିଆଇଏଲ୍‌ରେ କୁହାଯାଇଛି।
ଗତ ଦୁଇ ଦିନ ତଳେ ପେଟ୍ରୋଲ ଜାତ ସାମଗ୍ରୀ ଉପରେ ଜିଏସ୍‌ଟି ଲାଗୁ କରିବାକୁ ଶ୍ରୀ ପ୍ରଧାନ ମତ ଦେଇଥିଲେ। ଏନେଇ ସେ ଅର୍ଥ ମନ୍ତ୍ରାଳୟକୁ ନିବେଦନ କରିଥିବା ଶ୍ରୀ ପ୍ରଧାନ କହିଛନ୍ତି। ଉପଭୋକ୍ତାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପେଟ୍ରୋଲ ଜାତ ସାମଗ୍ରୀକୁ ଜିଏସ୍‌ଟିରେ ଅନ୍ତର୍ଭୁକ୍ତ କରିବାକୁ ସେ ସମସ୍ତ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି।

Tags: Odisha News, Odisha Breaking News, Odisha Hot News, Bhubaneswar, Dharmendra Pradhan, Odisha High Court, Bjd Strike, Petrol, Odisha Spot News, Current News, Bhubaneswar News, Breaking News, Latest News, Odisha Breaking News, Odisha News, Odisha Stories, Odisha Top Stories, Top Stories

 

 

 

LEAVE A REPLY

Please enter your comment!
Please enter your name here