ଓଡ଼ିଶାଲାଇଭ୍ ବ୍ୟୁରୋ

‘ହକ୍ ପାଇଁ ହରତାଲ୍’ ବିଜେଡି ପାଇଁ ମହଙ୍ଗା ପଡିଛି। ହରତାଲ ବେଳେ ଆନ୍ଦୋଳନକାରୀମାନେ ଜଣେ ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ସିସିଟିଭି ଫୁଟେଜକୁ ଆଧାର କରି ସୋମବାର କମିଶନରେଟ୍ ପୋଲିସ ୧୨ ଜଣଙ୍କୁ ଗିରଫ କରିଛି। ତଦନ୍ତ ଚାଲିଥିବାରୁ ଗିରଫ ସଂଖ୍ୟା ବଢ଼ିପାରେ ବୋଲି ପୋଲିସ ସୂତ୍ରରୁ ଜଣାପଡିଛି।
ଭୁବନେଶ୍ୱର ଡେଲ୍‌ଟା ଛକର ଘଟଣା। ବିଜେଡି କର୍ମୀମାନେ ରାସ୍ତା ବନ୍ଦ କରିଥିବା ବେଳେ ସେହି ବାଟ ଦେଇ ଜଣେ ମହିଳା ସ୍କୁଟିରେ ଆସୁଥିଲେ। ହେଲେ ଅବରୋଧକାରୀମାନେ ମହିଳାଙ୍କୁ ଛାଡି ନ ଥିଲେ। ଆନ୍ଦୋଳନକାରୀମାନେ ମହିଳାଙ୍କ ସହ ଯୁକ୍ତି କରିଥିଲେ। ଏହାସହ ତାଙ୍କ ଗାଡ଼ି ମଧ୍ୟ ଭଙ୍ଗାରୁଜା କରିଥିବା ମହିଳା ଜଣକ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ।
ଅଭିଯୋଗକୁ ଆଧାର କରି ପୋଲିସ ଆଇପିସି ଧାରା ୧୪୩, ୧୪୭, ୨୯୪, ୩୨୩,  ୩୫୪, ୩୪୧, ୫୦୬, ୧୪୯ରେ ମାମଲା ରୁଜ୍ଜୁ କରିଥିଲା।
ସେହିପରି ସାଗରିକା କର ନାମକ ଜଣେ ମହିଳା କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ। ସେ ତାଙ୍କ ଶ୍ୱଶୁରଙ୍କୁ ନେଇ ମେଡିକାଲ ଯାଉଥିବା ବେଳେ ଆନ୍ଦୋଳନକାରୀ ତାଙ୍କ କାର୍‌କୁ ଭଙ୍ଗାରୁଜା କରିଥିବା ମୁଖ୍ୟମନ୍ତ୍ରୀଙ୍କୁ ଟ୍ୱିଟ୍ କରିଥିଲେ। ଏହି ଦୁଇଟି ଅଭିଯୋଗକୁ ଆଧାର କରି ଏବଂ ସିସିଟିଭି ଫୁଟେଜକୁ ଯାଞ୍ଚ କରି ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

Tags: Bhubaneswar, Bhubaneswar News, BJD Strike, Breaking News, Current News, Dharmendra Pradhan, Latest News, Odisha Breaking News, Odisha High Court, Odisha hot News, Odisha News, Odisha Spot News, Odisha Stories, Odisha Top Stories, Petrol, Top Stories

LEAVE A REPLY

Please enter your comment!
Please enter your name here