ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇପିଏସ୍‌ ସ୍ତରରେ ଆଜି ବଡ଼ ଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର। ବିଜୟ କୁମାର ଶର୍ମା ହୋମଗାର୍ଡ ଓ ଅଗ୍ନିଶମ ବିଭାଗର ଡିଜି ହୋଇଥିବା ବେଳେ ଦେବାଶିଷ ପାଣିଗ୍ରାହୀଙ୍କୁ ଭିଜିଲାନ୍ସ ନିର୍ଦ୍ଦଶେକ ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ସନ୍ତୋଷ ଉପାଧ୍ୟାୟଙ୍କୁ କ୍ରାଇମବ୍ରାଞ୍ଚ ଏଡିଜି, ସତ୍ୟଜିତ୍ ମହାନ୍ତିଙ୍କୁ ପ୍ରୋଭିଜନିଂ ଏଡିଜି ଏବଂ ବିନୟା ନନ୍ଦ ଝାଙ୍କୁ ଜେଲ ବିଭାଗ ଏଡିଜି ଭାବେ ଦାୟିତ୍ବ ଦିଆଯାଇଛି।

ପ୍ରାଣବିନ୍ଦୁ ଆଚାର୍ଯ୍ୟଙ୍କୁ ରେଳବାଇ ଏଡିଜି, ଅରୁଣ କୁମାର ରାୟଙ୍କୁ ଏଡିଜି କମ୍ୟୁନିକେସନ୍, ସୁଧାଂଶୁ ଷଡଙ୍ଗୀଙ୍କୁ ଏସ୍‌ସିଆର୍‌ବି ନିର୍ଦ୍ଦଶେକ, ଲଳିତ ଦାସଙ୍କୁ ପୋଲିସ ହାଉସିଂ ବୋର୍ଡର ସିଏମ୍‌ଡି, ସନ୍ତୋଷ ବାଲାଙ୍କୁ ଗୃହ ବିଭାଗ ସଚିବ ଭାବେ ଦାୟିତ୍ବ ମିଳିଛି।

ଅରୁଣ ବୋଥ୍ରୋଙ୍କୁ ଆଇଜି (ଆଧୁନିକୀକରଣ), ଅସିତ୍ ପାଣିଗ୍ରାହୀଙ୍କୁ ଆଇଜି(ହେଡକ୍ବାର୍ଟର୍ସ), ଅମିତାଭ ଠାକୁରଙ୍କୁ ଆଇଜି (ଆଇନ୍‌ଶୃଙ୍ଖଳା), ରାଜେଶ କୁମାରଙ୍କୁ ଆଇଜି (ହୋମ୍‌ଗାର୍ଡ ଓ ଅଗ୍ନିଶମ), ନିଖିଲ କାନୋଡାଇଙ୍କୁ କ୍ରାଇମବ୍ରାଞ୍ଚ ଡିଆଇଜି ଏବଂ ସଞ୍ଜୟ କୁମାର କୌଶଲଙ୍କୁ ଭିଜିଲାନ୍ସ ଡିଆଇଜି ଭାବେ ଦାୟିତ୍ବ ଦିଆଯାଇଛି।

 

Comment