ଓଡ଼ିଶାଲାଇଭ ବ୍ୟୁରୋ

ଅନ୍ୟମନସ୍କତା ଯୋଗୁ ହ୍ୱାଟସ୍ଆପ୍ରୁ ବେଳେ ବେଳେ ଭୁଲ୍ ମେସେଜ୍ ପଳାଇଥାଏ। ଭୁଲ୍ ମେସେଜକୁ ଡିଲେଟ୍ କରିବା ପାଇଁ କୌଣସି ଅପ୍ସନ ନଥିବାରୁ ବ୍ୟବହାରକାରୀ ଚିନ୍ତାରେ ପଡ଼ୁଥିଲେ। କିନ୍ତୁ ଏବେ ଏହି ଚିନ୍ତା ଦୂର ହୋଇଛି। ହ୍ୱାଟସ୍ଆପ୍ ମେସେଜ ଡିଲେଟ୍ କରିବା ପାଇଁ ନୂଆ ଅପ୍ସନ ଆସିଛି। ଏହି ନୂଆ ଅପ୍ସନକୁ ଆପଣାଇ ହ୍ୱାଟସ୍ଆପ୍ ବ୍ୟବହାରକାରୀ ଭୁଲ୍ରେ ପଠାଇଥିବା ମେସେଜ ଡିଲେଟ କରିପାରିବେ।
ଭୁଲ୍ରେ ପକା ଯାଇଥିବା ମେସେଜ ହ୍ୱାଟସଆପରୁ କିପରି ଡିଲେଟ୍ କରିହେବ ତାର ସହଜ ଉପାୟ ଜାଣନ୍ତୁ।
୧. ଯଦି ଆପଣଙ୍କ ହ୍ୱାଟ୍ସଆପ ଅପ୍ଡେଟେଡ ଭର୍ସନ୍ର ହୋଇନଥାଏ, ତେବେ ପ୍ରଥମେ ଏହାକୁ ‘ଗୁଗୁଲ ପ୍ଲେ ଷ୍ଟୋର’କୁ ଯାଇ ଅପଡେଟ୍ କରାନ୍ତୁ।
୨. ହ୍ୱାଟ୍ସଆପ୍ ଅପଡେଟ୍ କରିବା ପରେ ଯଦି ଭୁଲ୍ରେ ଆପଣ କାହାକୁ ମେସେଜ୍ ପଠାଇଦିଅନ୍ତି, ତହାଲେ ପ୍ରଥମେ ମେସେଜକୁ ସିଲେକ୍ଟ କରନ୍ତୁ।
୩. ଏହାପରେ ସେଥିରେ ଆପଣଙ୍କୁ ତିନୋଟି ଅପ୍ସନ ମଧ୍ୟରୁ ଗୋଟିଏକୁ ବାଛିବାକୁ ହେବ। ତିନୋଟି ଅପ୍ସନ ହେଉଛି – ‘ଡିଲେଟ୍ ଫର୍ ମି’, ‘କ୍ୟାନସେଲ’ ଓ ‘ଡିଲେଟ୍ ଫର୍ ଏଭ୍ରିୱାନ୍’। ଆପଣ ଏହି ତିନୋଟିରୁ ଗୋଟିଏ ଅପ୍ସନ ବାଛିବେ। ଯଦି ଆପଣ କେବଳ ନିଜ ଫୋନରେ ଡିଲେଟ୍ କରିବାକୁ ଚାହୁଁଥିବେ, ତେବେ ‘ଡିଲେଟ୍ ଫର୍ ମି’ ଅପ୍ସନ ବାଛିବେ। ଯଦି ସମସ୍ତଙ୍କ ପାଇଁ ଡିଲେଟ୍ କରିବାକୁ ଚାହୁଁଥିବେ, ତେବେ ‘ଡିଲେଟ୍ ଫର୍ ଏଭ୍ରିୱାନ୍’ ଅପ୍ସନ ବାଛିବେ।
୪. କିନ୍ତୁ ମନେରଖନ୍ତୁ, ମେସେଜ ପଠାଇବାର ୭ ମିନିଟ୍ ମଧ୍ୟରେ କେବଳ ମେସେଜ ଡିଲେଟ୍ କରିପାରିବେ।
ଉପରୋକ୍ତ ସହଜ ଉପାୟକୁ ହ୍ୱାଟ୍ସଆପ ବ୍ୟବହାରକାରୀମାନେ ଆପଣାଇ ନିଅନ୍ତୁ। ଅପ୍ଡେଟେଡ୍ ଭର୍ସନୁ ମୋବାଇଲ୍ରେ ରଖି ବ୍ୟବହାରକାରୀମାନେ ଭୁଲ୍ରେ ପଠାଇଥିବା ମେସେଜ ସହଜରେ ଡିଲେଟ୍ କରିପାରିବେ।


















