ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହୋଇଛି ହିନ୍ଦ୍ ମଜଦୁର ସଂଘର ଚତୁର୍ଥ ରାଜ୍ୟ ସମ୍ମିଳନୀ। ଏହାକୁ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ସମ୍ମିଳନୀରେ ହଜାର ହଜାର ଶ୍ରମିକ ଯୋଗ ଦେଇଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, “ଶ୍ରମିକମାନେ ହେଉଛନ୍ତି ଦେଶର ଶକ୍ତି। ଶ୍ରମିକମାନଙ୍କ ତ୍ୟାଗ ଯୋଗୁ ଦେଶ ଗଠନ ହୋଇଛି। ଅଣସଂଗଠିତ କ୍ଷେତ୍ରରେ ଶ୍ରମିକମାନଙ୍କ ପାଇଁ ଅନେକ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରାଯିବ। ଶ୍ରମିକମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ବିଜୁବାବୁ ଅନେକ ଐତିହାସିକ ପଦକ୍ଷେପ ନେଇଛନ୍ତି। କେନ୍ଦୁପତ୍ର ତୋଳାଳିମାନଙ୍କୁ ବ୍ୟବସାୟରେ ଭାଗିଦାର କରାଯାଇଛି। ଶ୍ରମିକମାନଙ୍କ ସ୍ୱାର୍ଥକୁ ରାଜ୍ୟ ସରକାର ସବୁବେଳେ ଗୁରୁତ୍ୱ ଦେଇ ଆସୁଛନ୍ତି”
ଅଭ୍ୟର୍ଥନା କମିଟିର ଚେୟାରମ୍ୟାନ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି, ରାଜ୍ୟରେ କେନ୍ଦୁପତ୍ର, ବିଡ଼ି, ନିର୍ମାଣ ଓ ଅନ୍ୟାନ୍ୟ ଅଣସଂଗଠିତ ଶ୍ରମିକଙ୍କ ନିମନ୍ତେ ଯେଉଁ କଲ୍ୟାଣକାରୀ ଯୋଜନା କରାଯାଉଛି ସେଥିପ୍ରତି ହିନ୍ଦ ମଜଦୁର ସଭା ସକରାତ୍ମକ ପଦକ୍ଷେପ ନେଇଛି। ସର୍ବନିମ୍ନ ମଜୁରି ସଂଶୋଧନ, ରାଜ୍ୟରେ ସ୍ଥାପିତ ସେକେଣ୍ଡାରୀ ଷ୍ଟିଲ୍, ଆଲୁମିନିଅମ୍, ପାୱାର, ସ୍ପଞ୍ଜ, ଇତ୍ୟାଦି କଳକାରଖାନାର ଶ୍ରମିକଙ୍କ ମଜୁରି, ଚାକିରି ସର୍ତ୍ତାବଳି, ସେଫ୍ଟି, ଏନଭାଇରନମେଣ୍ଟ ଇତ୍ୟାଦି ସମ୍ପର୍କରେ “ଯୁଗ୍ମ କମିଟି” ଗଠନ ଏକାନ୍ତ ଅପରିହାର୍ଯ୍ୟ।”
ଏହି କାର୍ଯ୍ୟକ୍ରମରେ ତେଲେଙ୍ଗାନାର ଗୃହ ଓ ଶ୍ରମ ମନ୍ତ୍ରୀ ଏନ୍. ନରସିଂହା ରେଡ୍ଡି, ହିନ୍ଦୁ ମଜଦୁର ସଭାର ରାଷ୍ଟ୍ରୀୟ ସମ୍ପାଦକ ହରଭଜନ ସିଂହ ସିନ୍ଦୁ, ରାଜ୍ୟର ଇସ୍ପାତ ଖଣିମନ୍ତ୍ରୀ ପ୍ରଫୁଲ ମଲ୍ଲିକ, ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।


















