ଓଡ଼ିଶାଲାଇଭ୍ ବ୍ୟୁରୋ
ବିଧାନସଭାରେ ପୁଣି ହଙ୍ଗାମା। ଚାଷୀ ଓ ଚାଷ ପ୍ରସଙ୍ଗକୁ ନେଇ ଗୃହ ଦ୍ୱିତୀୟ ଦିନରେ ବି ହୁଲସ୍ତୁଲ୍ । ବ୍ୟାନର ଦେଖାଇ ବିରୋଧୀ ଆଜି ପୁଣି ଝଡ଼ ସୃଷ୍ଟି କରିଛନ୍ତି।
ବୁଧବାର ଗୃହକାର୍ଯ୍ୟ ଆରମ୍ଭ ହେବା କ୍ଷଣି ଚାଷୀ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ବିରୋଧୀ କଂଗ୍ରେସ ମୁଲତବି ପ୍ରସ୍ତାବ ଆଣିଥିଲା । ହେଲେ ବାଚସ୍ପତି ଏହାକୁ ଗ୍ରହଣ ନକରିବାରୁ କଂଗ୍ରେସ ସଭ୍ୟ ଗୃହର ମଧ୍ୟଭାଗକୁ ଚାଲିଆସି ନାରାବାଜି କରିଥିଲେ। ପରିସ୍ଥିତି ଅଣାୟତ୍ତ ହେବାରୁ ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବି କରିଛନ୍ତି।
ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, “ଉଭୟ ବିଜେପି ଏବଂ ବିଜେଡି ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଉଭୟ ଦଳ ଚାଷୀ ସମସ୍ୟା ସମାଧାନ କରିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଚାଷୀଙ୍କ ପ୍ରସଙ୍ଗରେ ଆଲୋଚନା କରିବାକୁ ବାରମ୍ବାର ଅନୁରୋଧ କରାଯାଉଥିଲେ ମଧ୍ୟ ଏଥିପାଇଁ ସମୟ ନଦେବା ଦୁର୍ଭାଗ୍ୟଜନକ।”
ଅପରପକ୍ଷେ ବିଜେଡି ସଭ୍ୟ ମଧ୍ୟ ଆଜି ପ୍ରତିବାଦ କରିଛନ୍ତି। ଗୃହ ଛାଡ଼ି ଶାସକ ଦଳର ସଭ୍ୟ ରାଜଭବନ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଯାଇଛନ୍ତି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବାକୁ ଦାବି କରିଛନ୍ତି।
ମଙ୍ଗଳବାର ବିଧାନସଭାର ଶିତକାଳୀନ ଅଧିବେଶନ ଆରମ୍ଭ ହୋଇଥିଲା। ଚାଷୀ ସମସ୍ୟାକୁ ନେଇ ବିରୋଧୀ କଂଗ୍ରେସ ଏବଂ ବିଜେପି ଗୃହରେ ହଙ୍ଗାମା କରିଥିଲେ। ଏମଏସପି ବୃଦ୍ଧି ଦାବିରେ ବିଜେଡି ସଭ୍ୟ ମହାତ୍ମାଗାନ୍ଧିଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଥିଲେ। ଫଳରେ ବାଚସ୍ପତି ମଙ୍ଗଳବାର ପର୍ଯ୍ୟନ୍ତ ଗୃହ ମୁଲତବି କରିଥିଲେ।








ବିଧାନସଭାରେ ପୁଣି ହଙ୍ଗାମା। ଚାଷୀ ଓ ଚାଷ ପ୍ରସଙ୍ଗକୁ ନେଇ ଗୃହ ଦ୍ୱିତୀୟ ଦିନରେ ବି ହୁଲସ୍ତୁଲ୍ । ବ୍ୟାନର ଦେଖାଇ ବିରୋଧୀ ଆଜି ପୁଣି ଝଡ଼ ସୃଷ୍ଟି କରିଛନ୍ତି।






