ଓଡ଼ିଶାଲାଇଭ୍‍ ବ୍ୟୁରୋ

ଦିଲ୍ଲୀର ସେଣ୍ଟର ଫର ସାଇନ୍ସ ଆଣ୍ଡ ଏନଭାଇରନମେଣ୍ଟ ପକ୍ଷରୁ କୁହାଯାଇଛି ଯେ ଦେହ ପାଇଁ ସିଙ୍ଗଡ଼ା ଅପେକ୍ଷାକୃତ କମ ଖରାପ। ଏହାର କାରଣ ସିଙ୍ଗଡ଼ା ତଟକା ତିଆରି ହୋଇଥାଏ। ମଇଦାଠାରୁ ଆରମ୍ଭ କରି ଆଳୁ ପର୍ଯ୍ୟନ୍ତ ସଜ ଜିନିଷ ବ୍ୟବହାର କରି ସିଙ୍ଗଡ଼ା ଛଣା ଯାଇଥାଏ।

ଯଦି ଆପଣଙ୍କ ସମ୍ମୁଖରେ ସିଙ୍ଗଡ଼ା ଓ ବର୍ଗର ରଖି ଦିଆଯାଏ, ଆପଣ କେଉଁଟିକୁ ଉଠାଇବାକୁ ଚାହିଁବେ?

ଆମ ଭିତରେ କିଛି ଲୋକ ନିଶ୍ଚିତ ଭାବରେ ଉଭୟ ଖାଦ୍ୟକୁ ନେବା ପାଇଁ ଇଛା ପ୍ରକାଶ କରିବେ ଓ ଏହାକୁ ଦେଖିବା ମାତ୍ରେ ସେମାନଙ୍କ ପାଟିରୁ ଲାଳ ଗଡିବା ଆରମ୍ଭ କରିବ। ଯେଉଁମାନେ ଖାଦ୍ୟ ଉପରେ ଢେର ସଚେତନ ସେମାନେ ତ ଏହି ଦୁଇ ସ୍ନାକ୍ କୁ ତୋବାତୋବା କହି ମୁହଁ ଫେରେ‌ଇବେ, କାରଣ ସେମାନଙ୍କ ପାଇଁ ଏହା ହେଉଛି ଜଙ୍କ ଫୁଡ୍। ସିଙ୍ଗଡ଼ା ଓ ବର୍ଗର ଉଭୟ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ସାଧାରଣରେ ଧାରଣା ରହିଛି।

ଏବେ କିନ୍ତୁ ଏକ ନୂଆ ଅନୁଧ୍ୟାନ ଅନୁଯାୟୀ ସିଙ୍ଗଡ଼ା ବର୍ଗର ଅପେକ୍ଷା ଭଲ ଓ ସ୍ୱାସ୍ଥ୍ୟ ପାଇଁ କମ ବିପଦ।

ଦିଲ୍ଲୀର ସେଣ୍ଟର ଫର ସାଇନ୍ସ ଆଣ୍ଡ ଏନଭାଇରନମେଣ୍ଟ ପକ୍ଷରୁ କୁହାଯାଇଛି ଯେ ଦେହ ପାଇଁ ସିଙ୍ଗଡ଼ା ଅପେକ୍ଷାକୃତ କମ ଖରାପ। ଏହାର କାରଣ ସିଙ୍ଗଡ଼ା ତଟକା ତିଆରି ହୋଇଥାଏ। ମଇଦାଠାରୁ ଆରମ୍ଭ କରି ଆଳୁ ପର୍ଯ୍ୟନ୍ତ ସଜ ଜିନିଷ ବ୍ୟବହାର କରି ସିଙ୍ଗଡ଼ା ଛଣା ଯାଇଥାଏ। ତା’ଛଡ଼ା ଯେତେବେଳେ ଆପଣ ଏହାକୁ ଖାଆନ୍ତି ତଡିତ୍ ଏହା କଡେ଼ଇରୁ ପ୍ଲେଟକୁ ଆସିଥାଏ।

କିନ୍ତୁ ବର୍ଗର ତିଆରି କରିବା ପାଇଁ ପ୍ରିଜରଭେଟିଭ୍‍, ଏସିଡିଟି ରେଗୁଲେଟର, ଫ୍ରୋଜେନ୍ ପେଟିଜ୍ ଆଦି ଜିନିଷ ବ୍ୟବହାର କରାଯାଏ, ତାଜା ତିଆରି ସ୍ନାକ୍ସରେ ଏ ସବୁ ବ୍ୟବହାର କରାଯାଏ ନାହିଁ। ଅଲଟ୍ରା ପ୍ରୋସେସଡ୍‌ ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ ଅଧିକ ସମସ୍ୟା ସୃଷ୍ଟି କରିଥାଏ ବୋଲି ଏହି ରିପୋର୍ଟରେ କୁହାଯାଇଛି।

ସିଏସଇ ପକ୍ଷରୁ ‘ବଡ଼ି ବରଡନ’ ଶୀର୍ଷକ ଏକ ରିପୋର୍ଟ ସୋମବାର ଦିନ ଜାରି କରାଯାଇଛି। ଏଥିରେ ଏହି ସତ୍ୟଟି ସାମ୍ନାକୁ ଆସିଛି ଯେ ଆମ ଦେଶରେ ସ୍ୱାସ୍ଥ୍ୟହାନି ଜନିତ ମୃତ୍ୟୁର ୬୧ ଭାଗ କେବଳ ଜୀବନଯାପନ ପ୍ରଣାଳୀ ଓ ଅଣସଂକ୍ରାମକ ରୋଗ ଯୋଗୁଁ ହିଁ ହୋଇଥାଏ।

LEAVE A REPLY

Please enter your comment!
Please enter your name here