ଓଡ଼ିଶାଲାଇଭ୍ ବ୍ୟୁରୋ

କଂଗ୍ରେସ ସଭାପତି ପଦ ପାଇଁ ରାହୁଲ ଗାନ୍ଧି ଆନୁଷ୍ଠାନିକ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ୨୦୧୩ରେ ରାହୁଲ କଂଗ୍ରେସ ଉପ-ସଭାପତି ଭାବେ ଦାୟିତ୍ୱ ନେଇଥିଲେ। ଦୀର୍ଘ ୧୯ ବର୍ଷ ଧରି କଂଗ୍ରେସ ସଭାପତି ଥିବା ସୋନିଆ ଗାନ୍ଧୀଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିବେ ରାହୁଲ।
କଂଗ୍ରେସ ସଭାପତି ପଦ ପାଇଁ ରାହୁଲ ଗାନ୍ଧୀ ଆନୁଷ୍ଠାନିକ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ପୂର୍ବାହ୍ନ ୧୦ଟା ୩୦ରେ ସେ କଂଗ୍ରେସ କାର୍ଯ୍ୟାଳୟରେ ପହଞ୍ଚି ଥିଲେ। କଂଗ୍ରେସ ମୁଖ୍ୟାଳୟକୁ ଯିବା ପୂର୍ବରୁ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଭେଟିଥିଲେ।
ଅଧ୍ୟକ୍ଷ ପଦ ପାଇଁ ୯୦ ସେଟ ଆବେଦନ ସେ ଦାଖଲ କରିଛନ୍ତି। ପ୍ରତି ସେଟରେ ୧୦ ଜଣ ଲେଖାଏଁ ପ୍ରସ୍ତାବକ ରହିଛନ୍ତି। ପ୍ରାର୍ଥୀପତ୍ର ଦାଖଲ ବେଳେ ମନମୋହନ ସିଂହଙ୍କ ବ୍ୟତୀତ ଦଳର ବହୁ ବରିଷ୍ଠ ନେତା ଓ କର୍ମୀଙ୍କ ଭିଡ଼ ପରିଲକ୍ଷିତ ହୋଇଛି।
ପ୍ରାର୍ଥୀପତ୍ର ଦାଖଲ କରିବା ପରେ ଦଳର ନେତାମାନେ ରାହୁଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ପି ଚିଦାମ୍ବରମ୍, କ୍ୟାପ୍ଟେନ୍ ଅମରିନ୍ଦର ସିଂହ, ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତ, ଜ୍ୟୋତିରାଦିତ୍ୟ ସିନ୍ଧିଆ ପ୍ରମୁଖ।
୨୦୧୩ରେ ରାହୁଲ କଂଗ୍ରେସ ଉପ-ସଭାପତି ଭାବେ ଦାୟିତ୍ୱ ନେଇଥିଲେ। ଦୀର୍ଘ ୧୯ ବର୍ଷ ଧରି କଂଗ୍ରେସ ସଭାପତି ଥିବା ସୋନିଆ ଗାନ୍ଧିଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିବେ ରାହୁଲ। ଡିସେମ୍ବର ୧୯ରେ ଫଳ ଘୋଷଣା ହେବ। ତେବେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ କେହି ପ୍ରାର୍ଥୀପତ୍ର ଦାଖଲ କରିବେ, ସେଇ ସମ୍ଭାବନା ନାହିଁ।

















