ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୧୭ ଦେଶର ଅନେକ ବ୍ୟକ୍ତିଙ୍କୁ ଦେଇଛି ଅଜସ୍ର ସମ୍ମାନ ଓ ସ୍ୱୀକୃତି। ୨୦୧୭ରେ ଏମାନେ ଏମିତି କିଛି କାମ କରିଛନ୍ତି ଯାହା ବର୍ଷ ତମାମ୍ ରହଥିଲା ଚର୍ଚ୍ଚାରେ। ସେହି ଚର୍ଚ୍ଚିତ ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲି ମୁକେଶ ଅମ୍ବାନୀ ଓ ବିଶାଳ ଶିକ୍କା। ଏମାନେ ବର୍ଷ ସାରା ଗଣମାଧ୍ୟମର ଶିରୋନାମା ପାଲଟିଥିବାରୁ ଏମାନଙ୍କୁ କୁହାଯାଉଛି ୨୦୧୭ର ନ୍ୟୁଜ୍ ମେକର।
କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲି
ଦୀର୍ଘ ଏକ ଦଶନ୍ଧିର ପ୍ରତୀକ୍ଷା ପରେ ୨୦୧୭ ଜୁଲାଇ ୧ ତାରିଖରେ ଭାରତରେ କାର୍ଯ୍ୟକାରୀ ହୋଇଛି ଗୁଡ୍ସ ଓ ସର୍ଭିସ୍ ଟ୍ୟାକ୍ସ(ଜିଏସ୍ଟି)। ସମଗ୍ର ଦେଶରେ ଗୋଟିଏ ଟ୍ୟାକ୍ସ କାର୍ଯ୍ୟକାରୀ କରାଇ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲି ରଚିଛନ୍ତି ଇତିହାସ। ଜେଟଲିଙ୍କ ଅଧ୍ୟକ୍ଷତାରେ ଗଠିତ ଜିଏସ୍ଟି କାଉନସିଲ ବିଭିନ୍ନ ଦ୍ରବ୍ୟ ଓ ସେବା ଉପରେ ଜିରୋରୁ ଆରମ୍ଭ କରି ୫,୧୨,୧୮ ଓ ୨୮ପ୍ରତିଶତ ଟ୍ୟାକ୍ସ ଧାର୍ଯ୍ୟ କରିଛି। ୨୧୨ ଦ୍ରବ୍ୟ ଉପରେ ୧୮ପ୍ରତିଶତ ଜିଏସ୍ଟି ଧାର୍ଯ୍ୟ ହୋଇଛି।
ଏଥିପାଇଁ ଅକ୍ଟୋବର ମାସରେ ଜିଏସ୍ଟି ବାବଦରେ ୯୫,୧୩୧କୋଟି ଟଙ୍କାର ରାଜସ୍ୱ ଆଦାୟ ହୋଇପାରିଛି। ଆର୍ଥିକ କାରବାରରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ଜେଟଲିଙ୍କ ଭୂମିକା କିଛି କମ୍ ନୁହେଁ। ଆର୍ଥିକ କାରବାର ଓ ଟେଲିଫୋନ୍ ସେବାରେ ଆଧାର ସଂଯୋଗକୁ ବାଧ୍ୟତାମୂଳକ କରି ସେ ପାଲଟିଛନ୍ତି ଚର୍ଚ୍ଚିତ ବ୍ୟକ୍ତିତ୍ୱ।
କେନ୍ଦ୍ର ରେଳମନ୍ତ୍ରୀ ପିୟୂଷ ଗୋଏଲ
ଦେଶରେ କ୍ରମାଗତ ରେଳଦୁର୍ଘଟଣା କେନ୍ଦ୍ର ସରକାରଙ୍କ ଚିନ୍ତା ବଢାଇ ଦେଇଥିଲା। ବିବାଦଘେରକୁ ଠେଲି ହୋଇଯାଇଥଲା ରେଳ ମନ୍ତ୍ରାଳୟ। ପିୟୂଷ ଗୋଏଲ ରେଳମନ୍ତ୍ରୀ ହେବାପରେ ଆରମ୍ଭ ହୋଇଥିଲା ସଂସ୍କାର। ରେଳଯାତ୍ରୀଙ୍କ ସୁରକ୍ଷା, ଜ୍ଞାନକୌଶଳ ମାଧ୍ୟମରେ ସ୍ୱଚ୍ଛତା ବଜାୟ ରଖିବା, ରେଳଷ୍ଟେସନଗୁଡ଼ିକର ଆଧୁନିକୀକରଣ, ରେଳବାଇ ସାମଗ୍ରୀର ସୁରକ୍ଷା କରି ରାଜସ୍ୱ ଅଭିବୃଦ୍ଧି ପାଇଁ ଗ୍ରହଣ କରାଗଲା ଦୃଢ ପଦକ୍ଷେପ। ନିର୍ମାଣ ହେଲା ହାଲ୍କା ବଗି। ଟ୍ରେନର ବେଗ ବଢିଲା, ଘଣ୍ଟାକୁ ୧୩୦ କିମି। ଭାରତୀୟ ରେଳବାଇ ଓ ଜର୍ମାନୀ ରଳବାଇ ମଧ୍ୟରେ ଚକ୍ତି ସ୍ୱାକ୍ଷରିତ ହେଲା। ଆଉକିଛି ଟ୍ରେନ୍ ଘଣ୍ଟାକୁ ୨୦୦ କିମି ବେଗରେ ଦୌଡିଲା। ଗୁଜରାଟର ଭଦଦୋରା ରେଳଷ୍ଟେସନ୍ ହେଲା ବିଶ୍ୱସ୍ତରୀୟ ରେଳଷ୍ଟେସନ୍। ରେଳଯାତ୍ରୀମାନେ ପାଉଛନ୍ତି ବିମାନଯାତ୍ରୀଙ୍କ ଭଳି ସମାନ ସୁଖ ଓ ସୁବିଧା।
ବିଶାଳ ସିକ୍କା
ଇନ୍ଫୋସିସ୍ର ସିଇଓ ତଥା ଏମ୍ଡି ଭାବେ ତିନି ବର୍ଷ କାର୍ଯ୍ୟ କରି ବିଶାଳ ସିକ୍କା ୨୦୧୭ ଅଗଷ୍ଟ ୧୮ତାରିଖରେ ଇସ୍ତଫା ଦେଇଥିଲେ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସେ ଇନ୍ଫୋସିସ୍ର ବାର୍ଷିକ ଆୟ ୧୩ ମିଲିଅନ୍ ଆମେରିକୀୟ ଡଲାରରେ ପହଞ୍ଚାଇଥିଲେ। ଏହି ସଂସ୍ଥାର ବେଙ୍ଗାଳୁର ସଫ୍ଟଓୟାର ଆଇକନ୍ ୧୩ ପ୍ରତିଶତ ଅଭିବୃଦ୍ଧି ପାଇଥିଲା। ତାଙ୍କ ପରେ ୟୁବି ପ୍ରବୀଣ ରାଓ ଇନ୍ଫୋସିସ୍ର ସିଇଓ ଏବଂ ଏମ୍ଡି ହୋଇଥିଲେ। ବିଶାଳଙ୍କ ସମୟରେ ଇନ୍ଫୋସିସ୍ର ଅଦ୍ଭୁତପୂର୍ବ ପରିବର୍ତ୍ତନ ହୋଇଥିଲା। ଇଣ୍ଡିଆ ଟୁଡେ ମାଗାଜିନ ତାଙ୍କୁ ଭାରତର ୫୦ ଜଣ ଶ୍ରେଷ୍ଠ ଶକ୍ତିଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ୩୨ତମ ତାଲିକାରେ ରଖିଥିଲା।
ମୁକେଶ ଅମ୍ବାନୀ
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ସିଇଓ ତଥା ମାଲିକ ମୁକେଶ ଅମ୍ବାନୀ ଘରୋଇ ଟେଲିଫୋନ୍ ସେକ୍ଟର ପ୍ରତିଷ୍ଠା କରି ଚର୍ଚ୍ଚିତ ହୋଇଛନ୍ତି। ରିଲାଏନ୍ସ ଜିଓ ଟେଲିଫୋନ୍ ଜଗତରେ ବିପ୍ଳବ ସୃଷ୍ଟି କରିଛି। ଏହି ସଂସ୍ଥାର କାରବାର ୧୯ ବିଲିଅନ୍ ଆମେରିକୀୟ ଡଲାରରୁ ବୃଦ୍ଧି ପାଇ ୧୪.୮ ବିଲିଅନ୍ ଆମେରିକୀୟ ଡଲାରରେ ପହଞ୍ଚିଛି। ଅକ୍ଟୋବର ସୁଦ୍ଧା ଏହାର ଗ୍ରାହକଙ୍କ ସଂଖ୍ୟା ୭.୩୪ ମିଲିଅନ୍।
ରଘୁରାମ ରାଜନ
ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ୨୦୧୭ରେ ଥିଲେ ଚର୍ଚ୍ଚାରେ। ଆଇ ଡୁ ହ୍ୱାଟ୍ ଆଇ ଡୁ ପୁସ୍ତକ ରଚନା କରି ସେ ସରକାରଙ୍କ ଦୋଷ ଦୁର୍ବଳତାକୁ ପଦାରେ ପକାଇ ଦେଇଥିଲେ। ଆରବିଆଇକୁ ରାଜନୀତିରୁ ଊର୍ଦ୍ଧ୍ବରେ ରଖିବା ପାଇଁ ତାଙ୍କ ସଂଗ୍ରାମ ପ୍ରଶଂସନୀୟ। ତାଙ୍କ ସମୟରେ ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ଅଚଳ ହୋଇଥିଲା। ଏହାଦ୍ୱାରା ଦେଶବାସୀ ବିଳମ୍ବରେ ହେଲେ ମଧ୍ୟ ଖାଇବା ପାଇବେ ବୋଲି ସେ କହିଥିଲେ। ଆର୍ଥିକ କ୍ଷେତ୍ରରେ ତାଙ୍କର ସଂସ୍କାରମୂଳକ ପଦକ୍ଷେପ ପାଇଁ ଆମ୍ ଆଦ୍ମୀ ପାର୍ଟି ତାଙ୍କୁ ରାଜ୍ୟସଭାକୁ ପଠାଇବା ପାଇଁ ନିଷ୍ପତ୍ତି ନେଇଥିଲା।








୨୦୧୭ ଦେଶର ଅନେକ ବ୍ୟକ୍ତିଙ୍କୁ ଦେଇଛି ଅଜସ୍ର ସମ୍ମାନ ଓ ସ୍ୱୀକୃତି। ୨୦୧୭ରେ ଏମାନେ ଏମିତି କିଛି କାମ କରିଛନ୍ତି ଯାହା ବର୍ଷ ତମାମ୍ ରହଥିଲା ଚର୍ଚ୍ଚାରେ। ସେହି ଚର୍ଚ୍ଚିତ ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲି ମୁକେଶ ଅମ୍ବାନୀ ଓ ବିଶାଳ ଶିକ୍କା। ଏମାନେ ବର୍ଷ ସାରା ଗଣମାଧ୍ୟମର ଶିରୋନାମା ପାଲଟିଥିବାରୁ ଏମାନଙ୍କୁ କୁହାଯାଉଛି ୨୦୧୭ର ନ୍ୟୁଜ୍ ମେକର।









