ଓଡ଼ିଶାଲାଇଭ୍ ବ୍ୟୁରୋ
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ସୋମବାର ବାହାରିନରେ ପ୍ରବାସୀ ଭାରତୀୟଙ୍କ ଆଗରେ ଭାଷଣ ଦେଇଛନ୍ତି। ଭାଷଣ ଦେବା ବେଳେ ରାହୁଲ୍ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ। ଜାଣନ୍ତୁ ରାହୁଲ୍ କ’ଣ କହିଥିଲେ।
-ଭାରତ ବର୍ତ୍ତମାନ ସଙ୍କଟରେ ରହିଛି। ଆପଣମାନେ ଚାହିଁଲେ ସଙ୍କଟ ସମୟରେ ଦେଶକୁ ରକ୍ଷା କରିପାରିବେ।
-ମୁଁ ଏଭଳି ଏକ ଭାରତର ପରିକଳ୍ପନା କରିବାକୁ ଚାହୁଁଛି, ଯେଉଁଠି ପ୍ରତ୍ୟେକ ଲୋକ ନିଜକୁ ଭାରତୀୟ ଭାବେ ଗର୍ବ କରୁଥିବେ।
-ବିମୁଦ୍ରୀକରଣ ଯୋଗୁଁ ଦେଶର ଅର୍ଥନୈତିକ ବ୍ୟବସ୍ଥାକୁ ବଡ଼ ଝଟକା ଲାଗିଛି।
-ଲୋକମାନେ କ’ଣ ଖାଇବେ କ’ଣ ନଖାଇବେ ତାହା ବିଭାଜନକାରୀମାନେ ଚିନ୍ତା କରୁଛନ୍ତି। ଚାରିଆଡେ ଅଶାନ୍ତିର ବାତାବରଣ ସୃଷ୍ଟି କରାଯାଉଛି।
-ଦଳିତଙ୍କ ଉପରେ ଆକ୍ରମଣ ହେଉଛି। ଗଣମାଧ୍ୟମ ପ୍ରତିନିଧି ଦେଶରେ ଅସୁରକ୍ଷିତ। ବିଚାରପତିମାନଙ୍କର ରହସ୍ୟଜନକ ଭାବେ ମୃତ୍ୟୁ ହେଉଛି।
-ଯଦି କିଏ କାହାକୁ ଧମକ ଦେଉଥିବା ଅଭିଯୋଗ ଆସୁଛି, ସରକାର ନୀରବ ରହୁଛନ୍ତି। ସରକାର ନୀରବ ରହିବା ଠିକ୍ ନୁହେଁ।
-ଦେଶରେ ଭାଇଚାରା ଏବଂ ଅହିଂସା ବଜାୟ ରଖିବା ଦରକାର।
-ସହିଷ୍ଣୁତା, ଦେଶଭକ୍ତିକୁ ଆବଶ୍ୟକ କରୁଛି ଦେଶ। ଯିଏ ଯେଉଁଠି ରହିଲେ ବି ସମସ୍ତେ ଦେଶ ପ୍ରତି ଆନୁଗତ୍ୟ ପ୍ରଦର୍ଶନ କରିବା ଦରକାର।


















