ଓଡ଼ିଶାଲାଇଭ୍ ବ୍ୟୁରୋ

  • ପର୍ଯ୍ୟଟନ ମନ୍ତ୍ରୀ କହିଲେ, ସମସ୍ତ ତୀର୍ଥଯାତ୍ରୀ ସୁରକ୍ଷିତ
  • ୩୦ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିଲା ବସ୍‌

ରାୟଗଡ଼ା ଜିଲ୍ଲାର ୩୦ଜଣ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ବସ୍ ଆନ୍ଧ୍ର ପ୍ରଦେଶର ଭେଲୋରେଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ସାମାନ୍ୟ ଦୁର୍ଘଟଣା ହୋଇଥିବାରୁ କୌଣସି ଯାତ୍ରୀଙ୍କର ବିଶେଷ କ୍ଷତି ହୋଇନାହିଁ। ସବୁଯାତ୍ରୀ ସୁରକ୍ଷିତ ଅଛନ୍ତି ବୋଲି ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ  ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି।

ତୀର୍ଥଯାତ୍ରୀଙ୍କ ପରିବାର ଓ ସମ୍ପର୍କୀୟମାନେ ଚିନ୍ତିତ ନହେବା ପାଇଁ ପର୍ଯ୍ୟଟନ ନିର୍ଦ୍ଦେଶକ ନୀତୀନ ଭାନୁଦାସ ଜାୱାଲେ ଅନୁରୋଧ କରିଛନ୍ତି। ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅଧୀନରେ ରାଜ୍ୟର ୧୦ଟି ଜିଲ୍ଲାରୁ ଏକହଜାର ବରିଷ୍ଠ ନାଗରିକ ବ୍ରହ୍ମପୁରରୁ ସ୍ଵତନ୍ତ୍ର ଟ୍ରେନ୍‌ରେ ତିରୁପତି ଓ ଭେଲୋର ଯାଇଥିଲେ।। ପରେ ସେମାନଙ୍କୁ ବିଭିନ୍ନ ଦଳରେ ବିଭକ୍ତ କରାଯାଇ ଗୋଟିଏ ଲେଖାଏଁ ବସରେ ବିଭିନ୍ନ ଧର୍ମପୀଠକୁ ନିଆଯାଉଥିଲା।

ରାୟଗଡ଼ାର ବରିଷ୍ଠ ନାଗରିକମାନଙ୍କୁ ନେଇ ଯାଉଥିବା ବସ୍ ଭେଲୋର ଏକ ଟ୍ରାଫିକ୍ ପୋଷ୍ଟ ନିକଟରେ ଅଟକିଥିବା ବେଳେ ପଛରୁ ଏକ ଟ୍ରକ୍ ଧକ୍କା ଦେଇଥିଲା। ଦୁର୍ଘଟଣା ସାମାନ୍ୟ ହୋଇଥିବାରୁ ସବୁ ତୀର୍ଥଯାତ୍ରୀ ସୁରକ୍ଷିତ ଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।

Comment