ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱରରେ ମୋହେର ପ୍ରଥମ ଷ୍ଟୋର ଶନିବାର ଉଦଘାଟିତ ହୋଇଯାଇଛି। ମାନ୍ୟବର ସୋରୁମ୍‌ର ଏହି ଷ୍ଟୋର ଏକ ଅଂଶ। ସହିଦ୍‌ନଗରରେ ଏହି ଷ୍ଟୋର ପ୍ରଥମ ଥର ପାଇଁ ଖୋଲିଛି। ଏହାକୁ ବଲିଉଡ ଅଭିନେତ୍ରୀ କରିସ୍ମା କପୁର ଉଦଘାଟନ କରିଛନ୍ତି। ବିଶେଷକରି ମହିଳାମାନଙ୍କ ପାଇଁ ବିଭିନ୍ନ ଡିଜାଇନର ଡ୍ରେସ୍‌ ଏଠାରେ ଉପଲବ୍ଧ ରହିଛି।

କରିସ୍ମା କପୁର କହିଛନ୍ତି, ବର୍ତ୍ତମାନର ପିଢ଼ିଙ୍କୁ ଦୃଷ୍ଟିରେ ରଖି ମୋହେ ସୋରୁମ୍‌ରେ ଆକର୍ଷଣୀୟ ଡ୍ରେସ୍‌ ମାଟେରିଆଲ୍ ରହିଛି। ମହିଳାମାନେ ଏଠାରୁ ମନପସନ୍ଦର ଡ୍ରେସ୍‌ ପାଇ ପାରିବେ।”

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଜେନେରାଲ ମ୍ୟାନେଜର ବିନୋଦ ପାରେଖ, ଫ୍ରାଞ୍ଚାଇଜ୍ ମାଲିକ ଯୁଗଲ ଅଗ୍ରୱାଲ ଏବଂ ମାନ୍ୟବର ମୋହେର ବରଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here