ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଟୁଙ୍ଗା ରେଳଷ୍ଟେସନର ସମସ୍ତ କର୍ମଚାରୀ ମହିଳା। ଭାରତର ଏକମାତ୍ର ରେଳଷ୍ଟେସନ ଭାବେ ଲିମକା ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛି ।

କେନ୍ଦ୍ରୀୟ ରେଳବାଇର ମାଟୁଙ୍ଗା ରେଳଷ୍ଟେସନ ଏବେ ଚର୍ଚ୍ଚାର ପରିସରକୁ ଆସିଛି। ଏହି ଷ୍ଟେସନରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ମହିଳା ହୋଇଥିବାରୁ ମାଟୁଙ୍ଗା ବର୍ତ୍ତମାନ ଲିମକା ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇପାରିଛି। ଭାରତରେ ଏହା ହେଉଛି ଏକମାତ୍ର ଷ୍ଟେସନ୍, ଯେଉଁଠି ସବୁ କର୍ମଚାରୀ ହେଉଛନ୍ତି ମହିଳା। ଏହି ଷ୍ଟେସନରେ ମୋଟ ୪୧ ଜଣ ମହିଳା କର୍ମଚାରୀ କାର୍ଯ୍ୟରତ ଅଛନ୍ତି।

ଏମାନଙ୍କ ମଧ୍ୟରେ ଅଛନ୍ତି ଷ୍ଟେସନ୍ ମ୍ୟାନେଜର୍ ମମତା କୁଲକର୍ଣ୍ଣୀ, ୧୭ ଜଣ ବୁକିଂ କ୍ଲର୍କ, ୬ଜଣ ଆରପିଏଫ୍ ଯବାନ, ୮ ଜଣ ଟିଟି, ୫ ଜଣ ପଏଣ୍ଟ୍ ପର୍ସନ୍, ୨ ଜଣ ଘୋଷିକା ଓ ୨ ଜଣ ସଫେଇ କର୍ମଚାରୀ।

ଗତ ୬ ମାସ ଧରି ଏହି ମହିଳା କର୍ମଚାରୀମାନେ ମାଟୁଙ୍ଗା ରେଳଷ୍ଟେସନକୁ ପରିଚାଳନା କରିଆସୁଛନ୍ତି। ସରକାର ମହିଳା ସଶକ୍ତିକରଣକୁ ଗୁରୁତ୍ଵ ଦେଉଥିବା ବେଳେ ମାଟୁଙ୍ଗା ରେଳଷ୍ଟେସନ୍ ହେଉଛି ଏହାର ଜ୍ଵଳନ୍ତ ଉଦାହରଣ।

Comment