ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ର ସରକାର ସମ୍ମାନଜନକ ‘ପଦ୍ମ’ ପୁରସ୍କାର ଘୋଷଣା କରିଛନ୍ତି। ୮୫ ଜଣ ବ୍ୟକ୍ତିଙ୍କୁ ଏହି ପୁରସ୍କାର ମିଳିବ ବୋଲି ଘୋଷଣା କରାଯାଇଛି।

୭୩ ଜଣ ସମ୍ମାନଜନକ ପଦ୍ମଶ୍ରୀ ପାଇବାକୁ ଥିବା ବେଳେ ୩ ଜଣଙ୍କୁ ପଦ୍ମ ବିଭୂଷଣ, ୯ ଜଣଙ୍କୁ ପଦ୍ମଭୂଷଣ ସମ୍ମାନ ମିଳିବ। ଏମାନଙ୍କ ମଧ୍ୟରେ ଓଡ଼ିଶାର ୫ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିବ ବୋଲି ଘୋଷଣା ହୋଇଥିବା ବେଳେ କ୍ରିକେଟର୍ ମହେନ୍ଦ୍ର ସିଂ ଧୋନିଙ୍କୁ ପଦ୍ମବିଭୂଷଣ ସମ୍ମାନ ମିଳିବ।

ବିଶିଷ୍ଟ ସାହିତ୍ୟିକ ତଥା ଲେଖକ ଚନ୍ଦ୍ର ଶେଖର ରଥଙ୍କୁ ସାହିତ୍ୟ ଓ ଶିକ୍ଷା ପାଇଁ ପଦ୍ମଶ୍ରୀ ସମ୍ମାନ ମିଳିବାକୁ ଥିବା ବେଳେ କଳା ଓ ସ୍ଥାପତ୍ୟରେ ପ୍ରଭାକର ମହାରଣା, ପବ୍ଲିକ ଆଫାୟାର୍ସ ପାଇଁ ଭବାନୀ ଚରଣ ପଟ୍ଟନାୟକ, ବୟନ ଶିଳ୍ପ ପାଇଁ ଗୋବର୍ଦ୍ଧନ ପାଣିକାଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିବ। ଚଳଚ୍ଚିତ୍ର ନିର୍ଦ୍ଦେଶକ ଶିଶିର ମିଶ୍ରଙ୍କୁ ମଧ୍ୟ ପଦ୍ମଶ୍ରୀ ସମ୍ମାନ ମିଳିଛି।

ସଙ୍ଗୀତ କ୍ଷେତ୍ରରେ ସଫଳତା ପାଇଁ ଇଲିୟାରାଜା ଓ ଗୁଲାମ ମୁସ୍ତାଫା ଖାନ୍‌, ସାହିତ୍ୟ ଓ ଶିକ୍ଷା ପାଇଁ ପରମେଶ୍ବର ପରମେଶ୍ବରନଙ୍କୁ ପଦ୍ମବିଭୂଷଣ ପୁରସ୍କାର ପ୍ରଦାନ କରାଯିବ। ସେହିପରି ୧୪ ଜଣ ବିଦେଶୀ ନାଗରିକଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଛି।

ସେହିପରି ସମ୍ମାନଜନକ ପଦ୍ମଭୂଷଣ ସମ୍ମାନ ମିଳିବ ୯ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ। କ୍ରିକେଟର ମହେନ୍ଦ୍ର ସିଂ ଧୋନି ଏବଂ ଜାତୀୟ ସ୍ନୁକର୍ ପଙ୍କଜ ଆଡଭାନୀଙ୍କୁ ପଦ୍ମଭୂଷଣ ସମ୍ମାନ ମିଳିବ।

 

Comment