ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତବର୍ଷ ଦୁଇଜଣ ଓଡ଼ିଆ ଶିଶୁ ମମତା ଦଳେଇ ଓ ପଙ୍କଜ କୁମାର ମହନ୍ତ ପାଇଛନ୍ତି ଜାତୀୟ ସାହସିକତା ପୁରସ୍କାର।

୧୮ଜଣ ଶିଶୁଙ୍କୁ ଜାତୀୟ ସାହସିକତା ପୁରସ୍କାର-୨୦୧୭ ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେମାନଙ୍କ ମଧ୍ୟରେ ସାତ ଜଣ ବାଳିକା ଓ ୧୧ ଜଣ ବାଳକ ଅଛନ୍ତି। ତିନି ଜଣଙ୍କୁ ମରଣୋତ୍ତର ଭାବେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଏହି ୧୮ଜଣଙ୍କ ମଧ୍ୟରେ ଓଡ଼ିଆର ଜଣେ ବାଳକ ଓ ଜଣେ ବାଳିକା ଅଛନ୍ତି।

ଗତବର୍ଷ ନିଜ ଭଉଣୀକୁ କୁମ୍ଭୀର ଟାଣି ନେଉଥିବା ବେଳେ ଅପୂର୍ବ ସାହସିକତା ଦେଖାଇ ଭଉଣୀକୁ କୁମ୍ଭୀର ମୁହଁରୁ ଉଦ୍ଧାର କରିଥିବା କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ବାଙ୍କୁଆଳ ଗ୍ରାମର ୭ ବର୍ଷର ବାଳିକା ମମତା ଦଳେଇ।

ସେହିପରି ବୈତରଣୀ ନଦୀରେ ବନ୍ୟାରେ ଭାସିଯାଉଥିବା ୩ ଜଣ ମହିଳାଙ୍କୁ ଅପୂର୍ବ ସାହସିକତା ଦେଖାଇ ଉଦ୍ଧାର କରିଥିବା କେନ୍ଦୁଝର ଜିଲ୍ଲାର ୧୪ ବର୍ଷର ବାଳକ ପଙ୍କଜ କୁମାର ମହନ୍ତଙ୍କୁ ଏହି ସାହସିକତା ପୁରସ୍କାର ପାଇଛନ୍ତି।  ସାହସିକତାର ସ୍ଵୀକୃତି ସ୍ୱରୂପ ସମସ୍ତଙ୍କୁ ମେଡ଼ାଲ ସହିତ ୪୦ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି।

ବୁଡି ଯାଉଥିବା ବେଳେ ଦୁଇଜଣ ଶିଶୁଙ୍କୁ ଉଦ୍ଧାର କରିଥିବା ୧୪ ବର୍ଷର ସ୍ୱର୍ଗୀୟ ନେଟରାୱତି ଏମ. ଚଭନଙ୍କୁ ସମ୍ମାନ ଜନକ ଗୀତା  ଚୋପ୍ରା ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ଅସାଧାରାଣ ସାହସିକତା ପ୍ରଦର୍ଶନ କରି ୧୫ ଜଣ ସ୍କୁଲ ପିଲାଙ୍କ ଜୀବନ ରକ୍ଷା କରିଥିବା ପଞ୍ଜାବର ୧୬ ବର୍ଷର ବାଳକ କରନବୀର ସିଂହଙ୍କୁ ସଞ୍ଜୟ ଚୋପ୍ରା ପୁରସ୍କାର ପ୍ରଦାନ କରାଯାଇଛି।

ଏମାନେ ସମସ୍ତେ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ସ୍ଵତନ୍ତ୍ର ଅତିଥି ଭାବେ ଯୋଗ ଦେବେଃ ରାଷ୍ଟ୍ରପତି ରାମନାଥ କେବିନ୍ଦ ଏହି ପିଲାମାନଙ୍କର ସମ୍ମାନାର୍ଥେ ଏକ ଭୋଜି ମଧ୍ୟ ଆୟୋଜନ କରିବେ।

Comment