ଓଡ଼ିଶାଲାଇଭ୍ ବ୍ୟୁରୋ
କାଞ୍ଚିପୁରମ କାମାକୋଠୀ ପୀଠ ମଠାଧୀଶ ଜୟେନ୍ଦ୍ର ସରସ୍ୱତୀଙ୍କ ପରଲୋକ ଘଟିଛି। ଶଙ୍କରାଚାର୍ଯ୍ୟ ଜୟେନ୍ଦ୍ର ସରସ୍ୱତୀଙ୍କ ସମୟରେ ମଠର ଦାତ୍ତବ୍ୟ କାର୍ଯ୍ୟକ୍ରମର ବହୁଳ ମାତ୍ରାରେ ପ୍ରସାର ଘଟିଥିଲା।
କାଞ୍ଚିର ୬୯ତମ ଶଙ୍କରାଚାର୍ଯ୍ୟ ତଥା କାଞ୍ଚିପୁରମ କାମାକୋଠୀ ପୀଠ ମଠାଧୀଶ ଜୟେନ୍ଦ୍ର ସରସ୍ୱତୀଙ୍କ ଚେନ୍ନାଇସ୍ଥିତ ଶ୍ରୀରାମଚନ୍ଦ୍ର ଡାକ୍ତରଖାନାରେ ବୁଧବାର ସକାଳେ ପରଲୋକ ଘଟିଛି।
ମାତ୍ର ୧୯ବର୍ଷ ବୟସରେ ଶଙ୍କରାଚାର୍ଯ୍ୟ ଭାର ଗ୍ରହଣ କରିଥିବା ଜୟେନ୍ଦ୍ର ସରସ୍ୱତୀଙ୍କୁ ମୃତ୍ୟୁ ବେଳକୁ ୮୨ ବର୍ଷ ବୟସ ହୋଇଥିଲା। ଗତ କିଛି ଦିନ ହେବ ଶଙ୍କରାଚାର୍ଯ୍ୟ ଜୟେନ୍ଦ୍ର ସରସ୍ୱତୀ ଅସୁସ୍ଥ ଥିଲେ।
୧୮ ଜୁଲାଇ ୧୯୩୫ରେ ତାମିଲନାଡୁରେ ଜନ୍ମଗ୍ରହଣ କରିଥିଲେ ଜୟେନ୍ଦ୍ର ସରସ୍ୱତୀ।
କାଞ୍ଚି କାମାକୋଠୀ ପୀଠମର ପୂର୍ବତନ ମଠାଧୀଶ ତଥା ମହାସ୍ୱାମୀ ଭାବେ ଜଣାଶୁଣା ଚନ୍ଦ୍ରଶେଖରାନ୍ଦ୍ରେ ସରସ୍ୱତୀଙ୍କ ଉତ୍ତରାଧୀକାରୀ ଭାବେ ଜୟେନ୍ଦ୍ର ସରସ୍ୱତୀ ମଠାଧୀଶ ଭାର ଗ୍ରହଣ କରିଥିଲେ।ଜୟେନ୍ଦ୍ର ସରସ୍ୱତୀ ୧୯୯୪ଠାରୁ କାମାକୋଠୀ ମଠାଧୀଶ ରହିଥିଲେ। ଶଙ୍କରାଚାର୍ଯ୍ୟ ଜୟେନ୍ଦ୍ର ସରସ୍ୱତୀଙ୍କ ସମୟରେ ମଠର ଦାତ୍ତବ୍ୟ କାର୍ଯ୍ୟକ୍ରମର ବହୁଳ ମାତ୍ରାରେ ପ୍ରସାର ଘଟିଥିଲା।
ତାଙ୍କ ସମୟରେ ଅନେକ ବିଦ୍ୟାଳୟ, ଡାକ୍ତରଖାନା ଖୋଲାଯାଇଛି। ଶଙ୍କରାଚାର୍ଯ୍ୟ ଜୟେନ୍ଦ୍ରଙ୍କ ଉତ୍ତରାଧୀକାରୀ ଭାବେ ବିଜୟେନ୍ଦ୍ର ସରସ୍ୱତୀ ମଠାଧୀଶ ଭାର ଗ୍ରହଣ କରିବେ।
କୁହାଯାଏ ଯେ ଆଦି ଶଙ୍କରାଚାର୍ଯ୍ୟ ୪୮୨ ଖ୍ରୀଷ୍ଟପୂର୍ବରେ କାଞ୍ଚି କାମାକୋଠୀ ପୀଠମ ମଠର ସ୍ଥାପନା କରିଥିଲେ।
ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ସହ ନିମ୍ନ ରକ୍ତଚାପ ଯୋଗୁଁ ତାଙ୍କୁ ଶ୍ରୀରାମଚନ୍ଦ୍ର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଦେହାନ୍ତ ଘଟିଛି।








କାଞ୍ଚିପୁରମ କାମାକୋଠୀ ପୀଠ ମଠାଧୀଶ ଜୟେନ୍ଦ୍ର ସରସ୍ୱତୀଙ୍କ ପରଲୋକ ଘଟିଛି। ଶଙ୍କରାଚାର୍ଯ୍ୟ ଜୟେନ୍ଦ୍ର ସରସ୍ୱତୀଙ୍କ ସମୟରେ ମଠର ଦାତ୍ତବ୍ୟ କାର୍ଯ୍ୟକ୍ରମର ବହୁଳ ମାତ୍ରାରେ ପ୍ରସାର ଘଟିଥିଲା।