ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇଆଇଟି ଦିଲ୍ଲୀର ଆସୋସିଏଟ୍ସ ଡିନ୍ ଥିବା ସୁଦ୍ଧସତ୍ଵ ବାସୁ ଭୁବନେଶ୍ଵର ସିଏସଆଇଆର-ଆଇଏମଏମଟିର ନିର୍ଦ୍ଦେଶକ ହୋଇଛନ୍ତି।
ପ୍ରଫେସର ସୁଦ୍ଧସତ୍ଵ ବାସୁ ସିଏସଆଇଆର-ଆଇଏମଏମଟି, ଭୁବନେଶ୍ଵରର ପୁର୍ଣ୍ଣକାଳୀନ ନିର୍ଦ୍ଦେଶକ ଭାବେ ଗତ ୯ ଫେବ୍ରୁଆରି ୨୦୧୮ରେ ଦାୟିତ୍ଵ ଗ୍ରହଣ କରିଛନ୍ତି।
ଏହା ପୂର୍ବରୁ ସେ ଆଇଆଇଟି ଦିଲ୍ଲୀରେ କେମିକାଲ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ଥିଲେ।
ପରେ ସେ ଆଇଆଇଟି ଦିଲ୍ଲୀର ଆସୋସିଏଟ୍ ଡିନ୍ (ଆରଆଣ୍ଡଡି) ଥିଲେ।
ପ୍ରଫେସର ବାସୁଙ୍କର ଏନର୍ଜି ମ୍ୟାଟେରିୟାଲ୍ ତଥା ଶକ୍ତି ସଂରକ୍ଷଣରେ ଏହାର ଉପଯୋଗିତା ସମ୍ପର୍କରେ ପ୍ରଗାଢ଼ ଅଭିଜ୍ଞତା ଅଛି।
ସେ କାନାଡାର ଆଲବର୍ଟାରେ ଖଣିଜ ତୈଳରୁ ବାଲୁକାଯୁକ୍ତ ପଦାର୍ଥର ନିଷ୍କାସନ ଏବଂ ଏହାର ପରିବହନ ଉପରେ ଗବେଷଣାରତ ଥିଲେ। ପ୍ରଫେସର ବାସୁ ଭାରତର ବିଜ୍ଞାନ ସଂସ୍ଥାନ (ଆଇଆଇଏସସି) ବେଙ୍ଗାଳୁରୁରୁ ପିଏଚଡି କରିଛନ୍ତି।
ବିଶ୍ଵସ୍ତରର ପେଟେଣ୍ଟ୍, ଟେକ୍ନୋଲୋଜି ଟ୍ରାନ୍ସଫର ଏବଂ ସନ୍ଦର୍ଭମାନ ପ୍ରକାଶିତ କରି ସେ ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ପ୍ରଫେସର ବାସୁ ଭାରତୀୟ ଜାତୀୟ ବିଜ୍ଞାନ ଏକାଡେମୀ, ରାମାରାଓ ଫାଉଣ୍ଡେସନ୍ ଆଦିରୁ ପୁରସ୍କାର ପାଇବା ସହ ହରଡିଲିୟା ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଛନ୍ତି।
“ଆଇଏମଏମଟି ଏବଂ ନିକଟସ୍ଥ ଅନ୍ୟାନ୍ୟ ବୈଜ୍ଞାନିକ ତଥା ଔଦ୍ୟୋଗିକ ସଂସ୍ଥାନମାନଙ୍କର ସହଯୋଗରେ ବିଜ୍ଞାନ ଏବଂ ପ୍ରଯୁକ୍ତିର କରିଡର ସୃଷ୍ଟି କରାଯାଇ ଓଡ଼ିଶା ତଥା ପଡ଼ୋଶୀ ରାଜ୍ୟମାନଙ୍କରେ ବିକାଶ କରାଯାଇ ପାରିବ” କହିଛନ୍ତି ପ୍ରଫେସର ବାସୁ।








ଆଇଆଇଟି ଦିଲ୍ଲୀର ଆସୋସିଏଟ୍ସ ଡିନ୍ ଥିବା ସୁଦ୍ଧସତ୍ଵ ବାସୁ ଭୁବନେଶ୍ଵର ସିଏସଆଇଆର-ଆଇଏମଏମଟିର ନିର୍ଦ୍ଦେଶକ ହୋଇଛନ୍ତି।









