ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିପୁଳ ଭୋଟରେ ବିଜେପୁର ଉପନିର୍ବାଚନ ଜିତିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ବିଜୟୀ ପ୍ରାର୍ଥୀ ରିତା ସାହୁ ।

ଶହଶହ ପ୍ରଶଂସକଙ୍କ ସହ ଗୁରୁବାର ଦିନ ନବୀନ ନିବାସକୁ ଆସି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ବିଜୟୀ ପ୍ରାର୍ଥୀ ରିତା ସାହୁ। ହାତରେ ଫୁଲତୋଡ଼ା ଧରି ମୁଖ୍ୟମନ୍ତ୍ରୀଙ୍କ ଆଶିର୍ବାଦ ନେବାକୁ ଆସିଥିଲେ ରିତା।

“ବହୁ ସଂଖ୍ୟକ ଭୋଟ ବ୍ୟବଧାନରେ ଜିତିଥିବାରୁ ମୁଁ ଅତ୍ୟନ୍ତ ଖୁସି। ମୁଖ୍ୟମନ୍ତ୍ରୀ ମୋତେ ବିଜେପୁରବାସୀଙ୍କ ସୁଖ ଓ ଦୁଃଖର ସାଥୀ ହେବା ସହ ସମଗ୍ର ବିଜେପୁରବାସୀଙ୍କ ବିକାଶ ପାଇଁ କାମ କରିବାକୁ ଉପଦେଶ ଦେଇଛନ୍ତି । ବିଶେଷଭାବେ ବିଜେପୁର ଅଞ୍ଚଳର ପାନୀୟ ଜଳ ସମସ୍ୟା ସୁଧାରିବା ହେବ ମୋର ପ୍ରଥମ କାର୍ଯ୍ୟ। ଏହାସହ ବୁଣାକାରଙ୍କ ଦୁର୍ଦ୍ଦଶା ସବୁ ସୁଧାରିବା ଉପରେ ପ୍ରାଧାନ୍ୟ ଦିଆଯିବ।”, ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଏହା କହିଛନ୍ତି ରିତା ସାହୁ।

ମୁଖ୍ୟମନ୍ତ୍ରୀଙ୍କୁ ସହ ସାକ୍ଷାତ ଅବସରରେ ରିତା ସାହୁଙ୍କ ସହ ମନ୍ତ୍ରୀ ସ୍ନେହାଙ୍ଗିନି ଛୁରିଆ ଓ ସୁଶାନ୍ତ ସିଂହଙ୍କ ସହ ଅନ୍ୟ ବରିଷ୍ଠ ବିଜେଡି ନେତା ମଧ୍ୟ ଉପସ୍ଥିତ ଥିଲେ।

ଗୁରୁବାର ଦିନ ଉପନିର୍ବାଚନ ଫଳାଫଳରେ ବିପୁଳ ସଂଖ୍ୟକ ଭୋଟ୍ ବ୍ୟବଧାନରେ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ପରାସ୍ତ କରି ବିଜୟୀ ହୋଇଥିଲେ ବିଜେଡି ପ୍ରାର୍ଥୀ ରିତା ସାହୁ।

Comment