ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ମଙ୍ଗବାରଠୁ ଆରମ୍ଭ ହେଉଛି ବିଧାନସଭାର ବଜେଟ୍ ଅଧିବେଶନ
  • ଦୁଇଟି ପର୍ଯ୍ୟାୟରେ ଶେଷ ହେବ ଅଧିବେଶନ
  • ମାର୍ଚ୍ଚ ୨୦ରୁ ମାର୍ଚ୍ଚ ୩୧ ଯାଏଁ ପ୍ରଥମ ପର୍ଯ୍ୟାୟ
  • ଏପ୍ରିଲ ୧୧ରୁ ମେ ୫ ଯାଏଁ ଦ୍ୱିତୀୟ ପର୍ଯ୍ୟାୟ
  • ୨୭ ପ୍ଲାଟୁନ୍ ଫୋର୍ସ ମୁତୟନ

ମଙ୍ଗଳବାରଠୁ ଆରମ୍ଭ ହେଉଛି ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ। ଏଥିପାଇଁ ବିଧାନସଭା ପରିସର ଏବଂ ବାହାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ବଜେଟ୍ ଅଧିବେଶନ ପାଇଁ ତ୍ରି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

୨୭ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟ କରାଯିବା ସହ ୧୦୦ ଅଫିସରଙ୍କୁ ନିୟୋଜିତ କରାଯାଇଛି। ଅଧିବେଶନ ବେଳେ ଯେମିତି କିଛି ଅପ୍ରୀତିକର ପରିସ୍ଥିତି ନଘଟେ ସେଥିପ୍ରତି ସଜାଗ ରହିବାକୁ ପୋଲିସ କର୍ମଚାରୀଙ୍କୁ ସଜାଗ ରହିବାକୁ କୁହାଯାଇଛି। ବିଧାନସଭା ସମ୍ମୁଖ ରାସ୍ତାରେ ୧୪୪ ଧାରା ଜାରି କରାଯାଇଛି।

ପୋଲିସ କମିଶନର ୱାଇ ବି ଖୁରାନିଆ କହିଛନ୍ତି, “ବଜେଟ୍ ଅଧିବେଶନ ପାଇଁ ତ୍ରି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ସିସିଟିଭି ଲଗାଯାଇଛି। କୌଣସି ଅପୀତିକର ପରିସ୍ଥିତିର ମୁକାବିଲା କରିବା ପାଇଁ କମିଶନରେଟ୍ ପୋଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି।”

ମାର୍ଚ୍ଚ ୨୦ରୁ ଆରମ୍ଭ ହେଉଥିବା ଅଧିବେଶନ ମେ ୫ ପର୍ଯ୍ୟନ୍ତ ଚାଲିବ। ଦୁଇଟି ପର୍ଯ୍ୟାୟରେ ଏହି ଅଧିବେଶନ ଚାଲିବ। ମାର୍ଚ୍ଚ ୩୧ରେ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଶେଷ ହେବ। ଏପ୍ରିଲ ୧୧ରୁ ଆରମ୍ଭ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ମେ ୫ ଯାଏଁ ଚାଲିବ।

LEAVE A REPLY

Please enter your comment!
Please enter your name here