ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ୭୬ଟି ରେଳ ଓଭର ବ୍ରିଜ୍ ନିର୍ମାଣ କରାଯିବ। ଦୁଇଟି ଯୋଗ୍ୟତାକୁ ଆଧାର କରି ଏହି ବ୍ରିଜ୍ ଗୁଡ଼ିକ ତିଆରି ହେବ। ପ୍ରଥମଟି ହେଉଛି ଷ୍ଟେସନ ପାଖରେ ଥିବା ଲେଭେଲ କ୍ରସିଂ ନିକଟରେ ଏହି ବ୍ରିଜ୍ ତିଆରି ହେବ ଓ ଦ୍ୱିତୀୟଟି ଦିନକୁ ଅତି କମରେ ଏକ ଲକ୍ଷ ଟ୍ରେନ୍ ଏବଂ ଅନ୍ୟ ଯାନବାହାନ ଏହି ଲେଭେଲ କ୍ରସିଂ ଦେଇ ଯାତାୟତ କରୁଥିବେ।
ଏହି ଭିତ୍ତିରେ ଖୋର୍ଦ୍ଧା ଜିଲ୍ଲାରେ(ଭୁବନେଶ୍ୱର ସମେତ)୨୩ଟି, କଟକ ଜିଲ୍ଲାରେ ୧୪ଟି, ଗଂଜାମ ଓ ଅନୁଗୁଳ ଜିଲ୍ଲାରେ ୮ଟି ଲେଖାଏଁ, ପୁରୀ ଜିଲ୍ଲା ୬ଟି, ଢେଙ୍କାନାଳ ୪ଟି, ରାୟଗଡା ୩ଟି, ଜଗତସିଂହପୁର, ଭଦ୍ରକରେ ଦୁଇଟି ଲେଖାଏଁ ଓ ନୂଆପଡା, ବଲାଙ୍ଗିର, କଳାହାଣ୍ଡି, ସମ୍ବଲପୁର ଓ କେନ୍ଦୁଝର ଜିଲ୍ଲାରେ ଗୋଟେ ଲେଖାଏଁ ଓଭର ବ୍ରିଜ୍ ତିଆରି କରିବ ପୂର୍ତ୍ତ ବିଭାଗ। ପୂର୍ତ୍ତ ବିଭାଗର ତଥ୍ୟ ଅନୁସାରେ ବାରଙ୍ଗ ଓ ମଞ୍ଚେଶ୍ୱର ଷ୍ଟେସନ ପାଖରେ ତିନିଟି ଓଭର ବ୍ରିଜ୍ ନିର୍ମାଣ କରାଯିବ।
ପ୍ରକଳ୍ପ ରିପୋର୍ଟ ଆସିବା ପରେ ସବୁ ଓଭର ବ୍ରିଜ୍ ପାଇଁ ଅର୍ଥ ବରାଦ କରାଯିବ ବୋଲି ରେଳ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଇତି ମଧ୍ୟରେ ୧୪ଟି ଓଭର ବ୍ରିଜ୍ ପାଇଁ ଅର୍ଥ ଆସିବା ଆରମ୍ଭ ହୋଇଛି ବୋଲି ଅଧିକାରୀ ଜଣକ କହିଛନ୍ତି।


















