ଓଡ଼ିଶାଲାଇଭ୍‌ ବ୍ୟୁରୋ

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଗୁରୁବାର ଓଡ଼ିଶା କଂଗ୍ରେସର ନବକଳେବର କରିଛନ୍ତି। ପ୍ରସାଦ ହରିଚନ୍ଦନଙ୍କୁ ପିସିସି ସଭାପତି ପଦରୁ ହଟାଇ ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକଙ୍କୁ ଓଡ଼ିଶା କଂଗ୍ରେସର ମଙ୍ଗୁଆଳ କରିଛନ୍ତି। ଖାଲି ସେତିକି ନୁହେଁ, ଅନ୍ୟ ବରିଷ୍ଠ ନେତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛନ୍ତି ରାହୁଲ ଗାନ୍ଧି।

  • ନିରଞ୍ଜନ ପଟ୍ଟନାୟକ: ପିସିସି ସଭାପତି
  • ଭକ୍ତ ଚରଣ ଦାସ: ପ୍ରଚାର କମିଟି ଅଧ୍ୟକ୍ଷ
  • ଜଗନ୍ନାଥ ପଟ୍ଟନାୟକ: ସମନ୍ୱୟ କମିଟି ମୁଖ୍ୟ
  • ହେମାନନ୍ଦ ବିଶ୍ୱାଳ: ଶୃଙ୍ଖଳା କମିଟି ମୁଖ୍ୟ
  • ଜୟଦେବ ଜେନା: କୋର୍ କମିଟି ସଭାପତି
  • ଶରତ ପଟ୍ଟନାୟକ: କୋର୍ କମିଟି ଆବାହକ
  • ଶ୍ରୀକାନ୍ତ ଜେନା: ନିର୍ବାଚନୀ ଇସ୍ତାହାର କମିଟି ମୁଖ୍ୟ
  • ଶରତ ରାଉତ: ନିର୍ବାଚନ ଇସ୍ତାହାର କମିଟି ଆବାହକ
  • ଚିରଞ୍ଜୀବ ବିଶ୍ୱାଳ: କାର୍ଯ୍ୟକାରୀ ସଭାପତି
  • ନବକିଶୋର ଦାସ: କାର୍ଯ୍ୟକାରୀ ସଭାପତି
  • ପ୍ରଦୀପ ମାଝି: କାର୍ଯ୍ୟକାରୀ ସଭାପତି
  • ପ୍ରସାଦ ହରିଚନ୍ଦନ: କୌଣସି ଦାୟିତ୍ୱରେ ନାହାନ୍ତି

ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ହେବା ପରେ କଂଗ୍ରେସ ଭବନରେ ଉତ୍ସାହ ଦେଖିବାକୁ ମିଳିଛି। ବାଜା ବଜାଇ ନିରଞ୍ଜନଙ୍କ ସମର୍ଥକ ନାଚିଛନ୍ତି। ରାହୁଲ ଗାନ୍ଧିଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି।

LEAVE A REPLY

Please enter your comment!
Please enter your name here