ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚାରି ଦଶନ୍ଧିରୁ ଅଧିକ ସମୟ ଧରି ଓଲିଉଡରେ ରାଜ୍‌ କରିଥିବା ବର୍ଷୀୟାନ୍‌ ଅଭିନେତ୍ରୀ ଅନିତା ଦାସଙ୍କ ହୃତଘାତରେ ପରଲୋକ ଘଟିଛି।

ଲୋକପ୍ରିୟ ଅଭିନେତ୍ରୀ ଅନିତା ଦାସ ଆଉ ନାହାନ୍ତି। ପ୍ରାୟ ଶହେରୁ ଅଧିକ ଫିଲ୍ମରେ ଅଭିନୟ କରିଥିବା ଅନିତା ଦାସ ‘ଯାଯାବର’ ଚଳଚ୍ଚିତ୍ରରୁ ଅଭିନୟ ଜୀବନ ଆରମ୍ଭ କରିଥିଲେ।

ତାଙ୍କ ସଫଳ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ ରହିଛି ‘ରାମାୟଣ’(୧୯୮୦), ‘ସ୍ବପ୍ନ ସାଗର’(୧୯୮୩), ‘ଗଢ଼ି ଜାଣିଲେ ଘର ସୁନ୍ଦର’(୧୯୯୪), ‘ସାଥିରେ’(୨୦୦୪), ‘ଆମ ଭିତରେ କିଛି ଅଛି କି’(୨୦୧୦), ‘ଶପଥ’(୨୦୧୨) ଓ ‘ଅଭୟ’(୨୦୧୭) ଭଳି ହିଟ୍‌ ଚଳଚ୍ଚିତ୍ରରେ ନଜର ଆସିଥିଲେ ଅନୀତା ଦାସ।

ବିଗତ ଚାରି ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଭିତରେ ଅନିତା ଦାସ କେବେ ନାୟିକା ତ ପୁଣି କେବେ ସହ ନାୟିକା ତ କେବେ ମା’ ଚରିତ୍ରରେ ପରଦାରେ ଦେଖାଦେଇଛନ୍ତି।

୧୯୫୭ରେ ଜନ୍ମଗ୍ରହଣ କରିଥିବା ଅନିତା ଦାସ ମା’ ଭୂମିକାରେ ଅନେକ ସିନେମାରେ ଉଚ୍ଚକୋଟୀର ଅଭିନୟ କରିଛନ୍ତି। ଶୁକ୍ରବାର ଦିନ ପୂର୍ବାହ୍ନ ୧୧ଟା ୩୦ ମିନିଟ୍‌ ସମୟରେ ନିଜର କଟକର ମିଶନ୍‌ ରୋଡସ୍ଥିତ ବାସଭବନରେ ହୃଦଘାତରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା। ଅନିତା ଦାସ ନିଜର ମନଛୁଆଁ ଅଭିନୟ ଲାଗି ଏକାଧିକ ଥର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ।

Comment