ଓଡ଼ିଶାଲାଇଭ୍ ବ୍ୟୁରୋ
ଶ୍ରୀମନ୍ଦିରରେ ସେବାୟତ ଏବଂ ଭକ୍ତଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ଭିତରକାଠ ନିକଟରେ ଲାଗିବ ସିସିଟିଭି।
ପୁରୀ ଶ୍ରୀମନ୍ଦିରର ଭିତରକାଠ ନିକଟରେ ଲାଗିବ ସିସିଟିଭି। ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁମାନଙ୍କୁ ସେବାୟତମାନେ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ବାରମ୍ବାର ଅଭିଯୋଗ ହେବାରୁ ଶ୍ରୀମନ୍ଦିର ପ୍ରଶାସନ ଏହି ନିଷ୍ପତ୍ତି ନେଇଛି। ମନ୍ଦିର ଭିତରେ ସେବାୟତ ଏବଂ ଶ୍ରଦ୍ଧାଳୁମାନଙ୍କ ଉପରେ କ୍ୟାମେରା ନଜର ରଖିବ।
ନୀତି ପ୍ରଶାସକ ପ୍ରଦୀପ ଦାସ କହିଛନ୍ତି, “ଶ୍ରୀମନ୍ଦିରରେ ସେବାୟତମାନେ ଭକ୍ତମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ବିଭିନ୍ନ ସମୟରେ ଅଭିଯୋଗ ହେଉଛି। ଏହି ଅଭିଯୋଗକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ସିସିଟିଭି ଲଗାଇବାକୁ ନିଷ୍ପତ୍ତି ନେଇଛି।”
ଜଣେ ଶ୍ରଦ୍ଧାଳୁଙ୍କୁ ମାଡ଼ ମାରିବା ଅଭିଯୋଗରେ ଶ୍ରୀମନ୍ଦିର ପ୍ରଶାସନ ଦୁଇ ଜଣ ସେବାୟତଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ସେମାନେ ହେଲେ ସେବାୟତ ସୋମନାଥ ମେକାପ ଏବଂ ମଦନ ଖୁଣ୍ଟିଆ।
ମେ’ ୨୦ରେ ମହାରାଷ୍ଟ୍ରରୁ ଆସିଥିବା ଜଣେ ଶ୍ରଦ୍ଧାଳୁ ସେବାୟତଙ୍କ ନାଁରେ ସାଂଘାତିକ ଅଭିଯୋଗ କରିଥିଲେ। ଶ୍ରୀମନ୍ଦିରରରେ ଦର୍ଶନ କରିବା ଦକ୍ଷିଣାକୁ ନେଇ ସେମାୟତମାନେ ତାଙ୍କୁ ଦୁର୍ବ୍ୟବହାର କରିବା ସହ ତାଙ୍କ ସୁନା ଚେନ୍ ଛିଣ୍ଡାଇଥିବା ଅଭିଯୋଗ କରିଥିଲେ।








ଶ୍ରୀମନ୍ଦିରରେ ସେବାୟତ ଏବଂ ଭକ୍ତଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ଭିତରକାଠ ନିକଟରେ ଲାଗିବ ସିସିଟିଭି।








