ଓଡ଼ିଶାଲାଇଭ୍‌ ବ୍ୟୁରୋ

ସମ୍ବଲପୁରରେ ଘଟିଛି ଅଭାବନୀୟ ଘଟଣା। ଆଉ ଜଣେ ଦୁଷ୍କର୍ମ ପୀଡ଼ିତା ଆଜି ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଘରେ କେହି ନଥିବା ବେଳେ ପୀଡ଼ିତା ଫ୍ୟାନରେ ଝୁଲି ପଡ଼ିଥିବା କୁହାଯାଉଛି।

ମେ ୨ ତାରିଖରେ ସମ୍ବଲପୁର ଶାସନ ଥାନା ଅଞ୍ଚଳର ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଥିଲା। ଥାନାରେ ମାମଲା ରୁଜୁ ହେବା ପରେ ପୋଲିସ ୬ ଜଣଙ୍କୁ ଗିରଫ କରିଥିଲା। ଅଭିଯୁକ୍ତମାନେ ଜେଲରେ ଅଛନ୍ତି।

ଦୁଷ୍କର୍ମ ହେବା ଦିନରୁ ପୀଡ଼ିତା ମାନସିକ ଭାରସାମ୍ୟ ହରାଇଥିଲେ। ଆଜି ଘରେ କେହି ନଥିବାର ସୁଯୋଗରେ ପୀଡ଼ିତା ରଶି ଲଗାଇ ଜୀବନ ହାରିଛନ୍ତି। ପୋଲିସ ଖବରପାଇ ଘଟଣାସ୍ଥଳରେ ମୃତଦେହ ଜବତ କରିଛି।

ପୂର୍ବରୁ କୁନ୍ଦୁଲି ଦୁଷ୍କର୍ମ ପୀଡ଼ିତା ନ୍ୟାୟ ନପାଇ ଜୀବନ ହାରିଛନ୍ତି। ଏବେ ବି ତାଙ୍କ ପରିବାରକୁ ନ୍ୟାୟ ମିଳିନାହିଁ। କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ଲୋକଙ୍କ ମନରୁ ନଯାଉଣୁ ଆଜି ସମ୍ବଲପୁର ଅଞ୍ଚଳରେ ଏଭଳି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି।

LEAVE A REPLY

Please enter your comment!
Please enter your name here