ଓଡ଼ିଶାଲାଇଭ୍ ବ୍ୟୁରୋ

  • କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ଆକ୍ଟକୁ ବିରୋଧ
  • ଶୁକ୍ରବାର ସକାଳ ୬ରୁ ଶନିବାର ସକାଳ ୬ ଯାଏଁ ହସ୍ପିଟାଲ ବନ୍ଦ
  • ଖୋଲାଯିବନି ଆଉଟଡୋର
  • ନୂଆ ରୋଗୀଙ୍କୁ ଆଡମିଶନ କରାଯିବନି
  • ସଜାଗ ରହିବାକୁ ସରକାରୀ ଡାକ୍ତରଖାନାକୁ ସରକାରଙ୍କ ନିର୍ଦ୍ଦେଶ

ରାଜ୍ୟର ସମସ୍ତ ଘରୋଇ ହସ୍ପିଟାଲ ଶୁକ୍ରବାର ବନ୍ଦ ରହିବ। ଶୁକ୍ରବାର ସକାଳ ୬ଟାରୁ ଶନିବାର ସକାଳ ୬ଟା ପର୍ଯ୍ୟନ୍ତ ସମସ୍ତ ହସ୍ପିଟାଲ ବନ୍ଦ ରଖିବାକୁ ଅଲ୍ ଓଡ଼ିଶା ପ୍ରାଇଭେଟ ମେଡିକାଲ ଏଷ୍ଟାବ୍ଲିସମେଣ୍ଟ ଫୋରମ ନିଷ୍ପତ୍ତି ନେଇଛି।

କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ଆକ୍ଟକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି। ଘରୋଇ ହସ୍ପିଟାଲ ସମେତ ପାଥୋଲ୍ୟାବ, ଡାଇଗ୍ନୋଷ୍ଟିକ ସେଣ୍ଟର ଆଦି ବନ୍ଦ ରହିବ। ଆଉଟଡୋର ଖୋଲା ଯିବନି କି ନୂଆ ରୋଗୀଙ୍କୁ ଆଡମିଶନ କରାଯିବନି।

ପୂର୍ବରୁ ମେଡିକାଲରେ ରହିଥିବା ରୋଗୀଙ୍କୁ କେବଳ ଚିକିତ୍ସା କରାଯିବ।

ବନ୍ଦ ଡାକରା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯାଇଛି। ଜରୁରୀ ଅବସ୍ଥା ପାଇଁ ସତର୍କ ରହିବାକୁ ସବୁ ସରକାର ଡାକ୍ତରଖାନାକୁ ନିର୍ଦ୍ଦେଶ ଦିଆଯାଇଛି।

“ପ୍ରାଇଭେଟ ମେଡିକାଲ ଏଷ୍ଟାବ୍ଲିସମେଣ୍ଟ ଆକ୍ଟ ଅନୁଯାୟୀ ନୂଆ ପଞ୍ଜୀକରଣ ହେଉନାହିଁ କି ନବୀକରଣ ହେଉନାହିଁ। ୨୦୧୪ ମସିହାରୁ ଏହି ସମସ୍ୟା ଲାଗି ରହିଛି। ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କିଛି ପ୍ରତିକାର କରାଯାଉ ନାହିଁ”, ଏଷ୍ଟାବ୍ଲିସମେଣ୍ଟ ଫୋରମର ଉପସଭାପତି ଡାକ୍ତର ଜଗନ୍ନାଥ ମହାପାତ୍ର କହିଛନ୍ତି।

Comment