ଓଡ଼ିଶାଲାଇଭ୍‌ ବ୍ୟୁରୋ

କର୍ଣ୍ଣାଟକରେ ପଡ଼ିଲା ମେଣ୍ଟ ମୂଳଦୁଆ। ୨୦୧୯ରେ କଂଗ୍ରେସ-ଜେଡିଏସ୍ ଏକାଠି ଲଢ଼ିବେ ନିର୍ବାଚନ। ଏନେଇ ଘୋଷଣା କରିଛନ୍ତି କର୍ଣ୍ଣାଟକ କଂଗ୍ରେସର ବରିଷ୍ଠ ନେତା କେ ସି ବେଣୁଗୋପାଳ। କର୍ଣ୍ଣାଟକରେ ମନ୍ତ୍ରିମଣ୍ଡଳ ଗଠନ ନେଇ ଆଜି ବୈଠକ ବସିଥିଲା। ଏହି ବୈଠକ ପୂର୍ବରୁ ଉଭୟ ଦଳ ଭିତରେ ପ୍ରାକ୍ ନିର୍ବାଚନୀ ମେଣ୍ଟ ହୋଇଥିବା ବେଣୁଗୋପାଳ କହିଛନ୍ତି।

କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜେପି ୧୦୪ଟି ଆସନ ପାଇଥିବା ବେଳେ କଂଗ୍ରେସ ୭୮ ଏବଂ ଜେଡିଏସ୍ ୩୭ଟି ଆସନ ପାଇଥିଲା। ବିଜେପିକୁ ଚେକ୍ ଦେବା ପାଇଁ ନିର୍ବାଚନ ଫଳ ବାହାରିବା ଦିନ କଂଗ୍ରେସ ଜେଡିଏସକୁ ସମର୍ଥନ ଘୋଷଣା କରିଥିଲା। ଫଳରେ କର୍ଣ୍ଣାଟକରେ ବିଜେପିକୁ ସରକାର ଗଠନରୁ ଦୂରେଇ ରଖିଥିଲେ କଂଗ୍ରେସ-ଜେଡିଏସ୍।

୨୦୧୯ରେ କଂଗ୍ରେସ-ଜେଡିଏସ୍ ମେଣ୍ଟ ହେବ କି ନାହିଁ ତାକୁ ନେଇ ଆଲୋଚନା ଚାଲିଥିଲା। ହେଲେ ଆଜି ତାହା ସ୍ପଷ୍ଟ ହୋଇଯାଇଛି। ମେଣ୍ଟ କରିବା ପାଇଁ ଉଭୟ ଦଳ ସହମତ ହୋଇଛନ୍ତି।

କର୍ଣ୍ଣାଟକରେ ମନ୍ତ୍ରିମଣ୍ଡଳ ଗଠନ ନେଇ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀଙ୍କ ସହ ଆଲୋଚନା କରିଛି କଂଗ୍ରେସ। ଜେଡିଏସ୍‌କୁ ଅର୍ଥମନ୍ତ୍ରୀ ପଦ ଦେବା ପାଇଁ କଂଗ୍ରେସ ରାଜି ହୋଇଛି। ସେହିପରି ଗୃହ ଓ ବେଙ୍ଗାଳୁରୁ ନଗର ଉନ୍ନୟନ ବିଭାଗ ମଧ୍ୟ ଜେଡିଏସ୍‌କୁ ଦେବା ପାଇଁ କଂଗ୍ରେସ ରାଜି ହୋଇଛି।

LEAVE A REPLY

Please enter your comment!
Please enter your name here