ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶିଳ୍ପପତି ମହିମା ମିଶ୍ରଙ୍କ ସୁରକ୍ଷା ଦାୟିତ୍ୱରେ ଥିବା କନଷ୍ଟେବଳ ଧନଞ୍ଜୟ ଦତ୍ତଙ୍କୁ ଭୁବନେଶ୍ୱର ଏୟାରପୋର୍ଟରୁ ଗିରଫ କରିଛି ପୋଲିସ। ଧନଞ୍ଜୟ ଡ୍ୟୁଟି ଛାଡ଼ି ମହିମାଙ୍କ ସମ୍ପର୍କୀୟଙ୍କ ସହ ଦିଲ୍ଲୀ ଯାଉଥିବା ବେଳେ ଧରାପଡ଼ିଥିଲେ। ଧନଞ୍ଜୟଙ୍କଠାରୁ ୨୦ ରାଉଣ୍ଡ ଗୁଳି ମଧ୍ୟ ଜବତ କରାଯାଇଛି।

ମହିମା ମିଶ୍ର ଏବେ ଭୁବନେଶ୍ୱର ଏମ୍‌ସରେ ଚିକିତ୍ସାଧୀନ ଅଛନ୍ତି।

ପାରାଦୀପ ସେୱେଜ ସିପିଂ କମ୍ପାନିର ଜିଏମ୍ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ମହିମାଙ୍କୁ ଥାଇଲାଣ୍ଡରୁ ଗିରଫ କରାଯାଇଥିଲା।

୨୦୧୬ ଅକ୍ଟୋବର ୨୬ ତାରିଖରେ ମହେନ୍ଦ୍ର ଅଫିସ ଯାଉଥିବା ବେଳେ ପାରାଦୀପ ଆମ୍ବେଦକର ଭବନ ନିକଟରେ ଦୁଇ ଜଣ ଦୁର୍ବୃତ୍ତ ଆସି ତାଙ୍କ ଗାଡ଼ି ଉପରକୁ ବୋମା ଫିଙ୍ଗିଥିଲେ। ମହେନ୍ଦ୍ର ଗାଡ଼ିରୁ ଓହ୍ଲାଇ ଦୌଡି ପଳାଇ ଯାଉଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଗୁଳି ମାଡ଼ କରିଥିଲେ। ଫଳରେ ମହେନ୍ଦ୍ରଙ୍କର ମୃତ୍ୟୁ ହୋଇଥିଲା।

LEAVE A REPLY

Please enter your comment!
Please enter your name here