ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ବିମୁଦ୍ରିକରଣ ବେଳେ ଅମିତ ଶାହା ୭୪୫ କୋଟି ଟଙ୍କାର ନୋଟ ବଦଳାଇଥିଲେ ବୋଲି କଂଗ୍ରେସ ଅଭିଯୋଗ କରିଛି।
ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ଉପରେ ଏକ ବଡ଼ ଅଭିଯୋଗ ଆସିଛି। ବିମୁଦ୍ରିକରଣ ସମୟରେ ସେ ୭୪୫ କୋଟି ଟଙ୍କାର ପୁରୁଣା ନୋଟ ବଦଳରେ ନୂଆ ଟଙ୍କା ନେଇଥିଲେ ବୋଲି କଂଗ୍ରେସ କହିଛି।
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏକ ଟୁଇଟରେ ଶାହାଙ୍କ ଉପରେ ହମଲା କରିବାକୁ ଯାଇ କହିଛନ୍ତି, “ଅହମ୍ମଦାବାଦ ଜିଲ୍ଲା ସମବାୟ ସମିତିର ଅଧ୍ୟକ୍ଷ ଅମିତ ଶାହାଙ୍କୁ ବଧେଇ। ଆପଣଙ୍କ ବ୍ୟାଙ୍କ ନୋଟବନ୍ଦୀ ବେଳେ ପୁରୁଣା ନୋଟ ବଦଳାଇ ସମସ୍ତଙ୍କଠୁ ବାଜି ମାରିନେଇଛି, ୫ ଦିନରେ ପୂରା ୭୫୦ କୋଟି ଟଙ୍କା।”
Congratulations Amit Shah ji , Director, Ahmedabad Dist. Cooperative Bank, on your bank winning 1st prize in the conversion of old notes to new race. 750 Cr in 5 days!
Millions of Indians whose lives were destroyed by Demonetisation, salute your achievement. #ShahZyadaKhaGaya pic.twitter.com/rf1QaGmzxV
— Rahul Gandhi (@RahulGandhi) June 22, 2018
ଆରଟିଆଇରୁ ମିଳିଥିବା ଏକ ତଥ୍ୟ ଅନୁଯାୟୀ, କଂଗ୍ରେସ ପକ୍ଷରୁ ଏହି ଅଭିଯୋଗ ଅଣାଯାଇଛି। ନୋଟବନ୍ଦୀ ସମୟରେ ଗୁଜରାଟର ଏହି ବ୍ୟାଙ୍କ ପକ୍ଷରୁ ୭୪୫ କୋଟି ଟଙ୍କା ବ୍ୟାଙ୍କରେ ଜମା କରାଯାଇଥିଲା। ଏହି ବ୍ୟାଙ୍କର ନିର୍ଦ୍ଦେଶକ ହେଉଛନ୍ତି ଅମିତ ଶାହା ଓ ତାଙ୍କର ଦୁଇ ଜଣ ସହଯୋଗୀ।
ଟୁଇଟରେ ରାହୁଲ ଆହୁରି ମଧ୍ୟ ଲେଖିଛନ୍ତି, “ସେଇ ଲକ୍ଷ ଲକ୍ଷ ଭାରତୀୟଙ୍କ ପକ୍ଷରୁ ଆପଣଙ୍କୁ ସଲାମ, ଯେଉଁମାନଙ୍କ ଜୀବନ ନୋଟବନ୍ଦୀ ପାଇଁ ବରବାଦ ହୋଇଯାଇଛି”।
କଂଗ୍ରେସ ପକ୍ଷରୁ ପ୍ରଶ୍ନ କରାଯାଇଛି ନୋଟବନ୍ଦୀ ବେଳେ ଯେଉଁ ଟଙ୍କା ବଦଳାଗଲା, ତାହା କାହା କଳା ଟଙ୍କା। କଂଗ୍ରେସ ଏହାର ତଦନ୍ତ ମଧ୍ୟ ଦାବି କରିଛି।


















