ଓଡ଼ିଶାଲାଇଭ୍ ବ୍ୟୁରୋ

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ରତ୍ନଭଣ୍ଡାର ଚାବି ପ୍ରସଙ୍ଗକୁ ପୁଣି ଉଠାଇ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି।

ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ଥମି ଯାଇଥିବା ବେଳେ ଆଜି ଏହାକୁ ଉଖାରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ନିଜ ଟୁଇଟର ପେଜରେ ନିରଞ୍ଜନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତୀର ମାରିଛନ୍ତି। ମୁଖ୍ୟମନ୍ତ୍ରୀ ରତ୍ନଭଣ୍ଡାର ଅଡିଟ କାହିଁକି କରୁ ନାହାନ୍ତି ବୋଲି ପିସିସି ସଭାପତି ପ୍ରଶ୍ନ କରିଛନ୍ତି।

ଜଗନ୍ନାଥପ୍ରେମୀଙ୍କ ମନରେ ରତ୍ନଭଣ୍ଡାର ସୁରକ୍ଷା ନେଇ ପ୍ରଶ୍ନ ଉଠୁଥିବାରୁ ରାଜ୍ୟ ସରକାର ସନ୍ଦେହକୁ ଦୂର କରିବା ଦରକାର ବୋଲି ନିରଞ୍ଜନ ଟୁଇଟ୍ କରିଛନ୍ତି।

ନିରଞ୍ଜନ ତାଙ୍କ ଟୁଇଟର ପେଜରେ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି। ଏହି ଭିଡିଓ ମାଧ୍ୟମରେ ସେ ରାଜ୍ୟ ସରକାରଙ୍କୁ ରତ୍ନଭଣ୍ଡାର ସମ୍ପର୍କରେ ଅନେକ ପ୍ରଶ୍ନ ପଚାରିଛନ୍ତି।

ରତ୍ନଭଣ୍ଡାର ଚାବି ହଜିଥିଲେ ମଧ୍ୟ ସରକାର ଏହାକୁ ଲଚାଇବାକୁ କାହିଁକି ଚାହୁଁଥିଲେ? ଜଗନ୍ନାଥଙ୍କ ସମ୍ପତ୍ତି ସୁରକ୍ଷିତ ଅଛି ତ? ମୁଖ୍ୟମନ୍ତ୍ରୀ ରତ୍ନଭଣ୍ଡାରର ଅଡିଟ କାହିଁକି କରାଉ ନାହାନ୍ତି? ନବୀନ ସରକାରଙ୍କର ନ୍ୟାୟିକ ତଦନ୍ତ ବାହାନା କ’ଣ ପାଇଁ? ଏମିତି ଅନେକ ପ୍ରଶ୍ନ କରି ରାଜ୍ୟ ସରକାରଙ୍କୁ ପୁଣି ଟାର୍ଗେଟ କରିଛନ୍ତି ନିରଞ୍ଜନ।

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ନେଇ ବିବାଦ ମୁଣ୍ଡ ଟେକିଛି। ରାଜ୍ୟ ସରକାର ନ୍ୟାୟିକ ତଦନ୍ତ କରିବା ପାଇଁ କମିଶନ ବସାଇଛନ୍ତି। ତଥାପି ଏହାକୁ ନେଇ ବିବାଦ ଥମୁନି। ରାଜ୍ୟ ସରକାରଙ୍କୁ ବାଣ ମାରି ଚାଲିଛନ୍ତି ବିରୋଧୀ ବିଜେପି ଏବଂ କଂଗ୍ରେସ।

LEAVE A REPLY

Please enter your comment!
Please enter your name here