ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନି ମଙ୍ଗଳବାରଦିନ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ସହିଦ ନଗରରେ ଥିବା ବୁଣାକାର ସେବା କେନ୍ଦ୍ର ପରିଦର୍ଶନ କରିଛନ୍ତି।

ଦିନିକିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନି। ଏୟାରପୋର୍ଟରୁ ସେ ସିଧାସଳଖ ସହିଦନଗରରେ ଥିବା ବୁଣାକାର ସେବା କେନ୍ଦ୍ର ପରିଦର୍ଶନ କରିଛନ୍ତି।

ହୋଟେଲ୍‌ ନିଉ ମାରିଅନ୍‌ରେ ଆୟୋଜିତ ଏକ ବୁଦ୍ଧିଜୀବୀ ସମ୍ମିଳନୀରେ ସ୍ମୃତି ଯୋଗ ଦେବେ। ଅପରାହ୍ନ ୧ଟାରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବେ ସ୍ମୃତି।

ଅପରାହ୍ନରେ ‘ସମ୍ପର୍କ ସେ ସମର୍ଥନ’ କାର୍ଯ୍ୟକ୍ରମରେ ଯୋଗ ଦେଇ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ।

Comment