ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଲିଉଡର ଲୋକପ୍ରିୟ ଅଭିନେତା ଓ ନିର୍ଦ୍ଦେଶକ ଶ୍ରୀତମ୍‌ ଦାସ ଆଜି ଭୁବନେଶ୍ୱରରେ ଥିବା ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଅଫିସରେ ହାଜର ହୋଇଛନ୍ତି।

ଓଲିଉଡ ଅଭିନେତା ଓ ନିର୍ଦ୍ଦେଶକ ଶ୍ରୀତମ ଦାସ ଚିଟଫଣ୍ଡ୍ କେସ୍‌ରେ ଫସିଯାଇଛନ୍ତି। ଭୁବନେଶ୍ୱରସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି) ପକ୍ଷରୁ ଅଭିନେତା ଶ୍ରୀତମ ଦାସଙ୍କୁ ଜେରା କରାଯାଇଛି।

ଷ୍ଟାର କନ୍‌ସଲ୍‌ଟାନ୍‌ସି ମୁଖ୍ୟ ତ୍ରିବେଣୀ ମହାନ୍ତି ଲିଙ୍କରେ ତାଙ୍କୁ ଜେରା ଚାଲିଛି। ଓଡ଼ିଆ ଫିଲ୍ମ ‘ତୁ ଥା ମୁଁ ଯାଉଛି ରୁଷି’ ରେ ଲାଗିଥିବା ଚିଟ୍‌ଫଣ୍ଡ ଟଙ୍କାକୁ ନେଇ ଜେରା ଚାଲିଥିଲା।

ଶ୍ରୀତମ ଦାସଙ୍କ ଅଭିନୀତ ଓ ନିର୍ଦ୍ଦେଶିତ ଫିଲ୍ମ ‘ତୁ ଥା ମୁଁ ଯାଉଛି ରୁଷି’ରେ ଚିଟଫଣ୍ଡ ଟଙ୍କା ଲାଗିଥିବା ଅଭିଯୋଗରେ ଶ୍ରୀତମ୍‌ ଦାସଙ୍କୁ ପଚରାଉଚରା ଲାଗି ଇଡି ସମନ କରିଥିଲା।

ଷ୍ଟାର କନସଲଟାନସି ବ୍ୟାନରରେ ନିର୍ମିତ ଏହି ଚଳଚ୍ଚିତ୍ରର ପ୍ରଯୋଜନା କରିଥିଲେ ତ୍ରିବେଣୀ ମହାନ୍ତି। ଏହି ଫିଲ୍ମ ନିର୍ମାଣରେ ଚିଟଫଣ୍ଡ ଟଙ୍କା ଲାଗିଥିବାର ଅଭିଯୋଗ ହୋଇଥିଲା। ଏହାପୂର୍ବରୁ ପ୍ରଯୋଜକ ପ୍ରଭାସ ଚନ୍ଦ୍ର ରାଉତଙ୍କୁ ମଧ୍ୟ ଚିଟଫଣ୍ଡ ମାମଲାରେ ଗିରଫ କରାଯାଇଛି।

ଶ୍ରୀତମଙ୍କ ଛଡ଼ା ଏହି ଫିଲ୍ମରେ ଅରିନ୍ଦମ୍, କୋଏଲ୍‌, ମିହିର ଦାସ, ଉଷସୀ ମିଶ୍ର ଏବଂ ପ୍ରଦ୍ୟୁମ୍ନ ଲେଙ୍କା ପ୍ରମୁଖ ଅଭିନୟ କରିଥିଲେ।

Comment