ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି ଜଷ୍ଟିସ୍ କେ ଏସ୍ ଜାଭରି। ଜଷ୍ଟିସ୍ ଜାଭରି ଏବେ ଗୁଜରାଟ ହାଇକୋର୍ଟର ବିଚାରପତି ଅଛନ୍ତି। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଥିବା ବିନିତ୍ ସରନ୍ଙ୍କୁ ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି।
କେ ଏସ୍ ଜାଭରିଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି କରିବା ପାଇଁ ସୁପ୍ରିମକୋର୍ଟ କଲିଜିୟମ୍ ସୁପାରିଶ କରିଛନ୍ତି।
ଗୁଜରାଟ ହାଇକୋର୍ଟର ବରିଷ୍ଠ ବିଚାରପତି ଭାବେ କେ ଏସ୍ ଜାଭରି କାର୍ଯ୍ୟ କରୁଛନ୍ତି। ଦୀର୍ଘ ବର୍ଷର ଅଭିଜ୍ଞତାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ କଲିଜିୟମ୍ ତାଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି କରିବା ପାଇଁ ପ୍ରସ୍ତାବ ଦେଇଥିଲେ।

















