ଓଡ଼ିଶାଲାଇଭ ବ୍ୟୁରୋ

ଶୁକ୍ରବାର ସକାଳ ୧୦ଟାରୁ ଓଡ଼ିଶା ଟୁରିଜିମ୍ କନକ୍ଲେଭର ଲାଇଭ୍‌ ଷ୍ଟ୍ରିମିଂ ଦେଖନ୍ତୁ ଓଡ଼ିଶାଲାଇଭ୍‌ର ୟୁଟ୍ୟୁବ୍ ଓ ଫେସ୍‌ବୁକ୍‌ରେ।

ଓଡ଼ିଶାର ପର୍ଯ୍ୟଟନ ଶିଳ୍ପକୁ ଆଗକୁ ନେବା ପାଇଁ ଅଗଷ୍ଟ ୨୪ରେ ଭୁବନେଶ୍ୱରରେ ହେବ ମାନସମନ୍ଥନ। ଏଥିପାଇଁ ହୋଟେଲ ଆଣ୍ଡ ରେସ୍ତୋରାଁ ଆସୋସିଏସନ ଅଫ ଓଡ଼ିଶା (ଏଚଆରଏଓ) ପକ୍ଷରୁ ଆୟୋଜନ କରାଯାଉଛି ଓଡ଼ିଶା ଟୁରିଜିମ କନକ୍ଲେଭ୍। ଓଡ଼ିଶା ପର୍ଯ୍ୟଟନ ବିଭାଗର ମିଳିତ ସହଯୋଗରେ ଏହି କନକ୍ଲେଭ ଆୟୋଜନ କରାଯାଉଛି।

ସକାଳ ୧୦ଟାରୁ ଏହି କନକ୍ଲେଭ ଆରମ୍ଭ ହେବ। ଦେଶ ବିଦେଶରୁ କିପରି ଅଧିକରୁ ଅଧିକ ପର୍ଯ୍ୟଟକମାନେ ଓଡ଼ିଶା ଆସିବେ ସେନେଇ ଦିନ ତମାମ୍ ମନ୍ଥନ ଚାଲିବ। ଏହି କନକ୍ଲେଭକୁ ସୋସିଆଲ ଏବଂ ଡିଜିଟାଲ ମିଡିଆ ଦର୍ଶକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ‘ଓଡ଼ିଶା ଲାଇଭ୍‌’ ପକ୍ଷରୁ ଲାଇଭ୍‌ ଷ୍ଟ୍ରିମିଂ କରାଯିବ।

ସକାଳ ୧୦ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଓଡ଼ିଶାଲାଇଭ୍‌ର ଫେସ୍‌ବୁକ୍‌ ପେଜ୍ ଏବଂ ୟୁଟ୍ୟୁବ୍ ଚ୍ୟାନେଲରେ ସିଧାପ୍ରସାରଣ କରାଯିବ। ୟୁଟ୍ୟୁବ୍‌ରେ ଦର୍ଶକମାନେ  www.youtube.com/odishalive ରେ ଏହି କନକ୍ଲେଭର ଲାଇଭ୍‍ ଦେଖିପାରିବେ। ସେହିପରି ଫେସବୁକରେ www.facebook.com/odishalive ମଧ୍ୟ ଏହାର ସିଧା ପ୍ରସାରଣ ଦେଖିପାରିବେ।

ଏହି କନକ୍ଲେଭ୍‌ରେ ହୋଟେଲ ମାଲିକ, ଟୁର୍ ଅପରେଟର୍, କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର ବରିଷ୍ଠ ଅଧିକାରୀ, ପର୍ଯ୍ୟଟନ କ୍ଷେତ୍ର ସହ ଜଡ଼ିତ ବ୍ୟକ୍ତି, ବିଭିନ୍ନ ଶିଳ୍ପସଂସ୍ଥାର ଅଧିକାରୀ, ବୁଦ୍ଧିଜୀବୀମାନେ ଯୋଗଦେଇ ଆଲୋଚନା କରିବେ। ଏହି କନକ୍ଲେଭ୍‌ରେ ୬ଟି ଅଧିବେଶନ ରହିଛି। ଓଡ଼ିଶା ପର୍ଯ୍ୟଟନ ଶିଳ୍ପକୁ ଆଗକୁ ନେବା ପାଇଁ ଏହି ଅଧିବେଶନରେ ବିସ୍ତୃତ ଭାବେ ଆଲୋଚନା କରାଯିବ। ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ରକୁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ପ୍ରଚାର ପ୍ରସାର କରିବା ପାଇଁ ମାନସମନ୍ଥନ ହେବ।

ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉଦଘାଟନୀ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଗତ ଦୁଇ ବର୍ଷ ଧରି ଏଚ୍‌ଆର୍‌ଏଓ ପକ୍ଷରୁ ଟୁରିଜିମ୍ କନକ୍ଲେଭ ଆୟୋଜନ କରାଯାଉଛି।

“ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରର  ବିକାଶ ପାଇଁ ଅନେକ କିଛି ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଓଡ଼ିଶା ବ୍ରାଣ୍ଡକୁ କିପରି ଅଧିକ ପ୍ରଚାର ଓ ପ୍ରସାର କରାଯାଇପାରିବ ସେଥିପାଇଁ ଆମକୁ ବିଶେଷ ଗୁରୁତ୍ୱ ଦେବାକୁ ପଡ଼ିବ”, କହିଛନ୍ତି ଏଚଆର୍‌ଏଓର ଅଧ୍ୟକ୍ଷ ଜେ କେ ମହାନ୍ତି।

ଓଡ଼ିଶା ଟୁରିଜିମ କନକ୍ଲେଭର ଡିଜିଟାଲ ମିଡିଆ ପାର୍ଟନର ରହିଛି ଓଡ଼ିଶାର ଅଗ୍ରଣୀ ୱେବ ମିଡିଆ ଚ୍ୟାନେଲ ‘ଓଡ଼ିଶାଲାଇଭ’। ଓଡ଼ିଶାଲାଇଭର ସୋସିଆଲ ଓ ଡିଜିଟାଲ ଚ୍ୟାନେଲରେ ଲାଇଭଷ୍ଟ୍ରିମିଂ କରାଯିବ। ଅଧିବେଶନ ଆରମ୍ଭରୁ ସନ୍ଧ୍ୟା ପର୍ଯ୍ୟନ୍ତ ଦର୍ଶକମାନେ ଏହି କନକ୍ଲେଭ୍‍ର ସମ୍ପୂର୍ଣ୍ଣ ଏଚଡି ଲାଇଭ ଦେଖିପାରିବେ।

Comment