ଓଡ଼ିଶାଲାଇଭ୍‌ ବ୍ୟୁରୋ

ନବରଙ୍ଗପୁର: ନବରଙ୍ଗପୁର ମଝିଗୁଡ଼ାନିକଟସ୍ଥ ସର୍କିଟ ହାଉସ ଛକ ଏବଂ ପାପଡ଼ାହାଣ୍ଡି ଛକ ନିକଟରେ ଏକ ପୋଲିସ ଯାଞ୍ଚ କେନ୍ଦ୍ର ଉଦଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝି ଯୋଗଦେଇ ଯାଞ୍ଚ କେନ୍ଦ୍ରର ଶୁଭାରମ୍ଭ କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ସାଂସଦ ବଳଭଦ୍ର ମାଝି, ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମନୋହର ରନ୍ଧାରୀ, ମୋତିରମ ନାୟକ, ଏସ୍‌ପି ବିବେକାନନ୍ଦ ଶର୍ମା, ଏସ୍‌ଡିପିଓ ବିମଳ ବ୍ରହ୍ମା, ଏସ୍‌ଡିପିଓ ବି କେ ନାୟକ, ନବରଙ୍ଗପୁର ଆଇ ଆଇସି ଭୀମସେନ ନାୟକ, ପାପଡ଼ାହାଣ୍ଡି ଆଇଆଇସି ତାରିକ ଅହମ୍ମଦ, ଓକିଲ ସଂଘ ସଭାପତି ନରସିଂହ ତ୍ରିପାଠୀ, ସମ୍ପାଦକ ରାମ ପ୍ରସାଦ ପାତ୍ରଙ୍କ ସମେତ ନବରଙ୍ଗପୁର ଏବଂ ପାପଡ଼ାହାଣ୍ଡି ଥାନାର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

Comment