ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଟେଲିଭିଜନରୁ ସିନେମାରେ ପାଦ ଦେଇ ଖୁବ୍ ଚର୍ଚ୍ଚାରେ ଥିବା ମୌନୀ ରୟଙ୍କ ରିଅଲ୍ ଲାଇଫ୍ର ରୋମାନ୍ସ ଓ ଆଫେଆର୍ ସମ୍ପର୍କରେ ଜାଣନ୍ତି କି?
ଏବେ କେବଳ ଟେଲି ଦୁନିଆରେ ନୁହେଁ, ବରଂ ବଲିଉଡରେ ବି ହଟ୍ ନାୟିକା ପାଲଟି ଯାଇଛନ୍ତି ମୌନୀ ରୟ। ମୌନୀ ରୟ ୨୦୦୭ରେ ଏକତା କପୁରଙ୍କ ଲୋକପ୍ରିୟ ମେଗା ସିରିଏଲ ‘କ୍ୟୁ କି ଶାଶ୍ ଭି କହି ବହୂ ଥି’ରେ ଅଭିନୟର ଯାତ୍ରା ଆରମ୍ଭ କରିଥିଲେ।
ଏହାପରେ ମୌନୀଙ୍କୁ ଦେବୋଁ କା ଦେବ୍ ମହାଦେବ, ଜୁନୁନ୍, …ନାଗିନ୍ ଆଦି ମେଗା ସିରିଏଲରେ ମେନ୍ ଲିଡରେ ଦେଖିବାକୁ ପାଇଛନ୍ତି। ଅକ୍ଷୟ କୁମାର ଷ୍ଟାରର ମୁଭି ’ଗୋଲ୍ଡ’ରେ ବି ଖିଲାଡ଼ି କୁମାରଙ୍କ ନାୟିକା ଭାବେ ଜବରଦସ୍ତ କ୍ୟାରିଅର୍ ଆରମ୍ଭ କରିବାରେ ସଫଳ ହୋଇଛନ୍ତି ମୌନୀ ରୟ।
ଏବେ ତାଙ୍କ ହାତରେ ରହିଛି ରଣବୀର କପୁର, ଅମିତାଭ ବଚ୍ଚନ ଓ ଆଲିଆ ଭଟ୍ଟ ଷ୍ଟାରର୍ ‘ବ୍ରହ୍ମାସ୍ତ୍ର’ ଜନ୍ ଆବ୍ରାହମ୍ ଷ୍ଟାରର ’ର’ ଏବଂ ରାଜ କୁମାର ରାଜଙ୍କ ଅଭିନୀତ ’ମେଡ୍ ଇନ୍ ଚାଇନା’। ମୌନୀ ରୟ ନିଜର ଲଭ ଓ ଆଫେଆର୍ ପାଇଁ ବେଳେ ବେଳେ ଚର୍ଚ୍ଚାକୁ ଆସିଛନ୍ତି। ଆସନ୍ତୁ ତା’ ଉପରେ ନଜର ପକାଇବା…

ମହାଦେବ ଓରଫ୍ ମୋହିତ ରୈନାଙ୍କ ସହ ଆଫେଆର
ମେଗା ସିରିଏଲ୍ ‘ଦେବୋଁ କା ଦେବ ମହାଦେବ୍’ରେ ଟାଇଟଲ୍ ରୋଲ୍ କରିଥିଲେ ଅଭିନେତା ମୋହିତ ରୈନା। ଏଥିରେ ସତୀ ଭୂମିକାରେ ନଜର ଆସିଥିଲେ ମୌନୀ ରୟ। ଏହି ମେଗା ଧାରାବାହିକର ସୁଟିଂ ସମୟରେ ଉଭୟ ମୋହିତ ଓ ମୌନୀ ପରସ୍ପର ସହ ଅନ୍ତରଙ୍ଗ ହୋଇଥିଲେ।
ସେ ଦୁହେଁ ପ୍ରାୟ ଦୁଇ ବର୍ଷ ଧରି ପରସ୍ପରକୁ ଡେଟ୍ କରିଥିଲେ ବୋଲି ଚର୍ଚ୍ଚା ହୁଏ। ଖାଲି ସେତିକି ନୁହେଁ, ମୋହିତ ଓ ମୌନୀ ସେମାନଙ୍କର ହଟ୍ ଫଟୋ ସୋସିଆଲ୍ ମିଡିଆରେ ସେଆର୍ କରିଥିଲେ। ଉଭୟଙ୍କର ଫଟୋ ବି ବେଶ୍ ଚର୍ଚ୍ଚାର ବିଷୟ ହୋଇଥିଲା।
କିନ୍ତୁ ଗତବର୍ଷ ମୋହିତ ଓ ମୌନୀଙ୍କର ବ୍ରେକ୍ ଅପ୍ ହୋଇଥିବା କୁହାଗଲା। ଅପରପକ୍ଷରେ ମୌନୀ କେବେବି ମୋହିତଙ୍କ ସହିତ ଆଫେଆର୍ ଥିବା କଥାକୁ ସ୍ୱୀକାର କରିନଥିଲେ। ମୌନୀ ନିକଟରେ ଏକ ସାକ୍ଷାତକାରରେ କହିଥିଲେ ଯେ, କେବେହେଲେ ସେ ମୋହିତଙ୍କ ସହିତ ପ୍ରେମ ସମ୍ପର୍କରେ ନଥିଲେ କି ମୋହିତ ତାଙ୍କର ସାଙ୍ଗ ନୁହନ୍ତି।

ଅର୍ଜୁନ ବିଜଲାନୀ ଓ ମୌନୀଙ୍କ ଭିତରେ କିଛି ଅଛି
ମୌନୀ ରୟ ଓ ଟେଲି ଅଭିନେତା ଅର୍ଜୁନ ବିଜଲାନୀଙ୍କ ଭିତରେ କିଛି ପ୍ରେମ ସମ୍ପର୍କ ଅଛି ବୋଲି ଚର୍ଚ୍ଚା ହେଉଛି। ସେ ଦୁହେଁ ଏକାଠି କାମ କରୁଛନ୍ତି। କିନ୍ତୁ ଉଭୟଙ୍କର ସମ୍ପର୍କ ପ୍ରଫେସନାଲ୍ ଅପେକ୍ଷା ଅଧିକ ପର୍ସନାଲ୍ ବୋଲି କୁହାଯାଉଛି।
ମୌନୀ ରୟ ନିକଟରେ ନିଜର ଏକ ନୂଆ ଘର କିଣିଛନ୍ତି। ଏହି ଗୃହ କିଣା ଅବସରରେ ସେ ଅର୍ଜୁନଙ୍କ ସହାୟତା ବି ନେଇଥିଲେ। ଖାଲି ସେତିକି ନୁହେଁ, ମୌନୀ ଅର୍ଜୁନଙ୍କ ପାଇଁ ଖାସ୍ ପାର୍ଟି ବି ରଖିଥିଲେ।
ଆହୁରି ମଧ୍ୟ ଶୁଣିବାକୁ ମିଳୁଛି ଯେ, ଅର୍ଜୁନ ବିଜଲାନୀଙ୍କ ସହିତ ଏହି ନୂଆ ଘରେ ମୌନୀ ଲିଭ୍ ଇନ୍ରେ ରହିବେ। ଆଜିକାଲି ଅର୍ଜୁନ ବିଜଲାନୀ ଓ ମୌନୀ ନିଜର ଇନଷ୍ଟାଗ୍ରାମରେ ମଧ୍ୟ ଉଭୟଙ୍କର ଫଟୋ ସେଆର୍ କରୁଛନ୍ତି।
ତେବେ ଆଫେଆର୍କୁ ଏ ଯାଏଁ ସ୍ୱୀକାର କରିନାହାନ୍ତି ମୌନୀ। ହଁ ଅର୍ଜୁନଙ୍କୁ ନିଜର ଜଣେ ଘନିଷ୍ଠ ବନ୍ଧୁ ବୋଲି କହିବାକୁ କୁଣ୍ଠାବୋଧ କରୁନାହାନ୍ତି ମୌନୀ ରୟ। ଦେଖାଯାଉ, ଆଗକୁ ଏ ଦୁହିଁଙ୍କର ସମ୍ପର୍କ କି ରୂପ ନେଉଛି!

















