ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡର ଦୁଇ ନାମୀ ନାୟକ ବରୁଣ ଧୱନ ଓ ନୀଲ ନିତିନ ମୁକେଶ ମଧ୍ୟ ପ୍ରଯୋଜନାରେ ପ୍ରବେଶ କରିଛନ୍ତି।

ବଲିଉଡରେ ଆକ୍ଟରମାନେ ପ୍ରଯୋଜକ ହେବା କିଛି ନୂଆ କଥା ନୁହେଁ। ଅତୀତରେ ଅମିତାଭ ବଚ୍ଚନ, ସୁଜିତ କୁମାରଙ୍କଠାରୁ ଆରମ୍ଭ କରି ଶାହରୁଖ୍ ଖାନଙ୍କ ଯାଏଁ ଅନେକ କଳାକାର ପ୍ରଯୋଜନାରେ ପ୍ରବେଶ କରିଛନ୍ତି।

ଏବେ ଏକ ନୂଆ ଟ୍ରେଣ୍ଡ୍ ଚାଲିଛି, ତାହା ହେଲା ଫିଲ୍ମ ଫ୍ୟାମିଲିରର ଲୋକେ ପୁରା ସିନେମା କାମରେ ହାତ ଦେଉଛନ୍ତି। ଅର୍ଥାତ୍‌ ଜଣେ ଭାଇ ନାୟକ- ପ୍ରଯୋଜକ ହେଲେ ଆର ଭାଇ ନିର୍ଦ୍ଦେଶକ ବା ପିତା ନିର୍ଦ୍ଦେଶକ। ଏଭଳି କିଛି ଘଟୁଥିବାର ସୂଚନା ମିଳିଛି।

ବଲିଉଡର ହାର୍ଟଥ୍ରୋବ୍‌ ବରୁଣ ଧୱନ ନାୟକ ଭାବେ ଖୁବ୍‌ ସଫଳତା ସାଉଁଟିଛନ୍ତି। ତାଙ୍କ ଅଭିନୀତ ଅଧିକାଂଶ ଫିଲ୍ମ ସୁପରହିଟ୍‌ ହୋଇଛି। ଏଥିମଧ୍ୟରେ ରହିଛି- ଦି ଷ୍ଟୁଡେଣ୍ଟ ଅଫ୍ ଦି ଇୟର୍‌, ମେଁ ତେରା ହିରୋ, ଜୁଡୱା, ଏବିସିଡି-୨, ଅକ୍ଟୋବର, ବଦ୍‌ଲା, ହମ୍ପଟି ଶର୍ମା କି ଦୁଲହନିଆଁ, ବଦ୍ରିନାଥ କି ଦୁଲହନିଆଁ ଓ ଢ଼ସୁମ୍‌ ଆଦି ଉଲ୍ଲେଖ ଯୋଗ୍ୟ।

ବରୁଣ ଧୱନଙ୍କର ମାର୍କେଟରେ ଭଲ ସୁନାମ ରହିଛି। ତାଙ୍କ ଅଭିନୀତ ଅଧିକାଂଶ ସିନେମା ଶହେ କୋଟି କ୍ଲବ୍‌ରେ ସାମିଲ ହୋଇଛି। ନିଜର ମାର୍କେଟ୍‌ ସ୍ଥିତିକୁ ଲକ୍ଷ୍ୟ କରି ବରୁଣର ଧୱନ ଏବେ ପ୍ରଯୋଜନାରେ ପାଦ ଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ବରୁଣ ତାଙ୍କ ହୋମ ପ୍ରଡକ୍ସନର ଦୁଇଟି ଫିଲ୍ମର ନିର୍ମାଣ କରୁଛନ୍ତି। ଏଥିମଧ୍ୟରୁ ଗୋଟିକର ନିର୍ଦ୍ଦେଶନା ଦେବେ ବରୁଣଙ୍କ ପିତା ତଥା ଖ୍ୟାତନାମା ନିର୍ଦ୍ଦେଶକ ଡେଭିଡ ଧୱନ। ଅନ୍ୟ ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱବହନ କରିଛନ୍ତି। ବରୁଣଙ୍କ ଭାଇ ରୋହିତ ଧୱନ, ଯିଏକି ଆଗରୁ ‘ଢ଼ିସୁମ୍‌’ ଭଳି ସିନେମା ନିର୍ମାଣ କରିଛନ୍ତି।

ଡେଭିଡଙ୍କ ନିର୍ଦ୍ଦେଶିତ ଫିଲ୍ମରେ ବରୁଣଙ୍କ ବିପକ୍ଷରେ ନାୟିକା ଭାବେ ସୈଫ୍‌ ଅଲ୍ଲୀ ଖାନଙ୍କ ଝିଅ ସାରା ଅଲ୍ଲୀ ଖାନ୍‌ଙ୍କୁ ସାଇନ୍‌ କରାଯାଇଛି ବୋଲି ଚର୍ଚ୍ଚା ହେଉଛି। ହେଲେ ଏହାକୁ ଅସ୍ୱୀକାର କରିଛନ୍ତି ବରୁଣ।

ସେ କହିଛନ୍ତି, “ଫିଲ୍ମର ସ୍କ୍ରିପ୍ଟ କାମ ଚାଲିଛି। ଏହା ଶେଷ ହେବା କାଷ୍ଟିଂ କାମ ହେବ। ଅଭିନେତାରୁ ନିର୍ମାତା ବନିଥିବା ବରୁଣ ଧୱନ କିନ୍ତୁ ଏକଥା ସ୍ପଷ୍ଟ କରିଛନ୍ତି ତାଙ୍କ ହୋମ୍‌ ପ୍ରଡକ୍ସନର ପ୍ରଥମ ସିନେମା ଖୁବ୍ ଶୀଘ୍ର ଫ୍ଲୋର୍‌କୁ ଯିବ। ଏହି କାରଣରୁ ସେ ‘କଲଙ୍କ’ ଓ ‘ଏବିସିଡି-୩’ ପରେ ଅନ୍ୟ କୌଣସି ନୂଆ ସିନେମା ସାଇନ୍‌ କରୁନାହାନ୍ତି।

ବଲିଉଡର ଖ୍ୟାତନାମ ଗାୟକ ଥିଲେ ମୁକେଶ ଚନ୍ଦ୍ର ମାଥୁର। ତାଙ୍କ ପୁଅ ନୀତିନ ମୁକେଶ ବି କଣ୍ଠଶିଳ୍ପୀ ଭାବେ ବେଶ୍‌ ଜଣାଶୁଣା। ନୀତିନ୍ ମୁକେଶଙ୍କ ସୁପୁତ୍ର ନୀଲ ନିତିନ ମୁକେଶ ଅଭିନେତା ଭାବେ ଉଭୟ ବଲିଉଡ ଓ ସାଉଥ୍‌ରେ ବେଶ୍‌ ଚର୍ଚ୍ଚିତ।

ନୀଲ ନିତିନ ମୁକେଶ ବଲିଉଡରେ ଶ୍ରୀରାମ ରାଘବନଙ୍କ ‘ଜନି ଗଘର୍’ ଫିଲ୍ମ ଜରିଆରେ ହିରୋ ଭାବେ ଡେବ୍ୟୁ କରିଥିଲେ। ତା’ପରେ ସେ ଆଦେଖେଁ ଜରା, ନ୍ୟୁୟର୍କ, ଜେଲ୍‌, ଲଫଙ୍ଗେ ପରିଦ୍ଦେ, ତେରା କ୍ୟା ହୋଗା ଜନି, ସାତ ଖୁବ୍ ମାଫ୍‌, ପ୍ଲେଆର୍‌ସ, ଡେଭିଡ ଓ ପ୍ରେମ ରତନ୍ ଧନ୍ ପାୟୋ ଆଦି ଫିଲ୍ମରେ ନଜର ଆସିଛନ୍ତି।

ନୀଲ କିନ୍ତୁ ଆଖି ଦୃଶିଆ ସଫଳତା ହାସଲ କରିନାହାନ୍ତି, ତଥାପି ସେ ସାଉଥ୍‌ ଇଣ୍ଡଷ୍ଟ୍ରିରେ ଖଳନାୟକ ଭୂମିକା କରି ନିଜର ଷ୍ଟାଟସ୍ ବଜାୟ ରଖିଛନ୍ତି। ଏବେ ନୀଲ ନିତିନ ମୁକେଶ ନିଜର ହୋମ ପ୍ରଡକ୍ସନର ଏକ ସିନେମା ପ୍ରଯୋଜନା କରିଛନ୍ତି।

ଏଥିରେ ନୀଲଙ୍କ ପିତା ମଧ୍ୟ ସହଯୋଗ କରୁଛନ୍ତି। ଏହି ସିନେମାର ସହ ପ୍ରଯୋଜକ ହେଲେ ମଦନ ପାଲିୱାଲ୍। ସବୁଠୁ ବଡ଼ କଥା ହେଲା ଯେ, ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ନୀଲଙ୍କ ସାନ ଭାଇ ନମନ ମୁକେଶ।

ନମନ୍ ଓ ନୀଲ ଉଭୟେ ପାର୍ଟଟାଇମ୍‌ ସିଙ୍ଗର। କିନ୍ତୁ ନମନଙ୍କର ନିର୍ଦ୍ଦେଶନା ପ୍ରତି ଦୁର୍ବଳତା ରହିଛି। ନୀଲ ପ୍ରଯୋଜିତ ତଥା ନମନଙ୍କ ନିର୍ଦ୍ଦେଶିତ ଏହି ନୂଆ ସିନେମାର ଟାଇଟଲ୍‌ ହେଲା “ବାଇପାସ୍‌ ରୋଡ୍’। ଏଥିରେ ନୀଲ ନିତିନ ମୁକେଶ ଓ ଅଦା ଶର୍ମା ଲିଡ୍ ରୋଲ୍‌ରେ ଅଭିନୟ କରୁଛନ୍ତି।

Comment