ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୯ ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛି କଂଗ୍ରେସ। ବିଜେଡି ଏବଂ ବିଜେପିକୁ ଟକ୍କର ଦେବା ଲାଗି ରାଜ୍ୟ କଂଗ୍ରେସରେ ଅଦଳ ବଦଳ କରୁଛନ୍ତି ଅଧ୍ୟକ୍ଷ ରାହୁଲ ଗାନ୍ଧି। ନିରଞ୍ଜନ ପଟ୍ଟନାୟକଙ୍କୁ ପିସିସି ସଭାପତି ଭାବେ ନିଯୁକ୍ତି ଦେବା ପରେ ଆଜି ରାଜ୍ୟ ମହିଳା କଂଗ୍ରେସ ଅଧ୍ୟକ୍ଷ ବଦଳିଛନ୍ତି।

ସୁମିତ୍ରା ଜେନାଙ୍କୁ ରାଜ୍ୟ ମହିଳା କଂଗ୍ରେସର ସଭାନେତ୍ରୀ ଭାବେ ନିଯୁକ୍ତି ଦେଇଛନ୍ତି ରାହୁଲ।

ସସ୍ମିତା ବେହେରା ରାଜ୍ୟ ମହିଳା କଂଗ୍ରେସର ସଭାନେତ୍ରୀ ଥିଲେ। ସସ୍ମିତାଙ୍କ ସ୍ଥାନରେ ସୁମିତ୍ରାଙ୍କୁ ଦାୟିତ୍ୱ ଦିଆଯାଇଛି।

ସେହିପରି ରାଜ୍ୟ କଂଗ୍ରେସ ଏସ୍‌ସି ସେଲ୍‌ରେ ମଧ୍ୟ ଅଦଳ ବଦଳ ହୋଇଛି। ଏସ୍‌ସି ସେଲର ଅଧ୍ୟକ୍ଷ ଭାବେ ଜଗତସିଂହପୁରର ପୂର୍ବତନ ସାଂସଦ ବିଭୁପ୍ରସାଦ ତରାଇଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ସେଲ୍‌ର ଅଧ୍ୟକ୍ଷ ଥିଲେ କୋରାପୁଟ ବିଧାୟକ କୃଷ୍ଣ ଚନ୍ଦ୍ର ଶଗରିଆ।

କୃଷ୍ଣ ଚନ୍ଦ୍ର ଶଗରିଆଙ୍କୁ ପିସିସି ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଛି। ବରିଷ୍ଠ କଂଗ୍ରେସ ନେତା ଜଗନ୍ନାଥ ପଟ୍ଟନାୟକଙ୍କୁ ପିସିସି କାର୍ଯ୍ୟନିର୍ବାହୀ କମିଟିର ସଦସ୍ୟ ଭାବେ ନିଯୁକ୍ତି ଦେଇଛନ୍ତି ରାହୁଲ।

LEAVE A REPLY

Please enter your comment!
Please enter your name here