ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
କିଆରା ଆଡଭାନି ପରଦାରେ ଶାହିଦ କପୁରଙ୍କ ସହ ରୋମାନ୍ସ କରିବେ, ହେଲେ ଜାଣନ୍ତୁ କାହା ସହ ତାଙ୍କର ଚାଲିଛି ଚକ୍କର ଏବଂ କ’ଣ ପାଇଁ ସେ ଏବେ ବେଶ୍ ଚର୍ଚ୍ଚାରେ ଅଛନ୍ତି?
ବଲିଉଡରେ ଏବେ ଜଣେ ନୂଆ ନାୟିକା ଖୁବ୍ ଚର୍ଚ୍ଚାରେ ଅଛନ୍ତି। ଖାସ୍ କରି ୱେବ୍ ସିରିଜ୍ ‘ଲଷ୍ଟ ଷ୍ଟୋରିଜ୍’ରେ ଆତ୍ମରତିର ଦୃଶ୍ୟରେ ଅଭିନୟ ପାଇଁ ଚର୍ଚ୍ଚିତା ହୋଇଛନ୍ତି କିଆରା ଆଡଭାନି। ଏବେ କିଆରା ପୁଣି ଏକ ବିଗ୍ବଜେଟ୍ ଫିଲ୍ମ ସାଇନ୍ କରି ଅଧିକ ଚର୍ଚ୍ଚାକୁ ଆସିଛନ୍ତି।
ଏହି ଫିଲ୍ମ ହେଉଛନ୍ତି ସାଉଥ୍ର ସୁପରହିଟ୍ ମୁଭି ‘ଅର୍ଜୁନ ରେଡି’ର ରିମେକ୍। ପ୍ରଥମେ ଏହି ସିନେମା ପାଇଁ ତାରା ସୂତରିୟାଙ୍କ ନାଆଁ ଶୁଣିବାକୁ ମିଳିଥିଲା, ହେଲେ ଏବେ କିଆରା ଏଥିପାଇଁ ଚୁକ୍ତିବଦ୍ଧ ହୋଇଥିବା ଜଣାଯାଇଛି। ଏହି ଫିଲ୍ମର ନିର୍ଦ୍ଦେଶକ ହେଲେ ସନ୍ଦୀପ ବଙ୍ଗା ଓ ଏହାର ପ୍ରଯୋଜକ ହେଲେ ଭୂଷଣ କୁମାର, କ୍ରିଷନ୍ କୁମାର, ମୁରାଦ ଖୈତାନୀ ଓ ଅଶ୍ୱିନ ବର୍ଦେ। ଏହା ୨୦୧୯ରେ ରିଲିଜ୍ ହେବ ବୋଲି କୁହାଯାଉଛି।
ଏହା ଏକ ରୋମାଣ୍ଟିକ ଡ୍ରାମା ଫିଲ୍ମ। ଫିଲ୍ମର କାହାଣୀ ଅନୁଯାୟୀ ନାୟକ ଜଣେ ଯୁବତୀଙ୍କୁ ବହୁତ ଭଳ ପାଏ, କିନ୍ତୁ ସେହି ଯୁବତୀର ବାହାଘର ଅନ୍ୟତ୍ର ଜବରଦସ୍ତି କରାଇ ଦିଆଯାଏ। ଏହାପରେ ନାୟକ ନିଜକୁ ସମ୍ଭାଳି ପାରେ ନାହିଁ ଓ ମଦ୍ୟପାନରେ ବୁଡ଼ି ରହେ।
ତା’ପରେ କ’ଣ ଘଟେ ଏହା ହେଉଛି ‘ଅର୍ଜୁନ ରେଡି’ର ରିମେକର ମୁଖ୍ୟ ପ୍ରସଙ୍ଗ। ସବୁଠାରୁ ବଡ଼ କଥା ହେଲା ଯେ, ଏହି ଫିଲ୍ମରେ କିଆରା ଆଡଭାନି ଏବେକାର ଜଣେ ଟପ୍ ହିରୋଙ୍କ ସହିତ ରୋମାନ୍ସ କରିବେ। ଏହି ନାୟକ ଜଣକ ହେଲେ ‘ଇସ୍କବିସ୍କ’ରୁ ‘ପଦ୍ମାବତ୍’ ଯାଏଁ ବହୁ ଫିଲ୍ମରେ ଲଭରବୟ ବନିଥିବା ଶାହିଦ୍ କପୁର।
ପ୍ରଥମ ଥର ପାଇଁ ଶାହିଦ୍ କପୁର ଓ କିଆରା ଏକାଠି ଅନ୍ସ୍କ୍ରିନ୍ ରୋମାନ୍ସ କରିବେ ଏହି ଫିଲ୍ମରେ। କିଆରା ଆଡଭାନି ରିଲ୍ରେ ତ ଶାହିଦ୍ କପୁରଙ୍କ ସହିତ ରୋମାନ୍ସ କରିବେ, ହେଲେ ରିଅଲ୍ ଲାଇଫ୍ରେ ସେ କାହାର ଗର୍ଲଫ୍ରେଣ୍ଡ୍ ତାହା ଜାଣନ୍ତି କି?
ଆଜିକାଲି ବଲିଉଡରେ ଜୋରସୋରରେ ଚର୍ଚ୍ଚା ହେଉଛି ଯେ, କିଆରା ଆଡଭାନି ଦି ଷ୍ଟୁଡେଣ୍ଟ ଅଫ୍ ଦି ଇଅର୍’ ଫେମ୍ ସିଦ୍ଧାର୍ଥ ମାଲହୋତ୍ରାଙ୍କୁ ଡେଟ୍ କରୁଛନ୍ତି। ସିଦ୍ଧାର୍ଥ ପୂର୍ବରୁ ଆଲିଆ ଭଟ୍ଟଙ୍କ ସହ ରିଲେସନସିପ୍ରେ ଥିଲେ। ଏ ଦୁହେଁ ପାଖାପାଖି ଦୁଇ ବର୍ଷ ଧରି ଲିଭଇନରେ ରହିଥିଲେ।
ହେଲେ ପରେ ଉଭୟଙ୍କର ବ୍ରେକ୍ ଅପ୍ ହୋଇଥିଲା। ଏହାପରେ ସିଦ୍ଧାର୍ଥ ମାଲହୋତ୍ରା ବଲିଉଡର ଅନ୍ୟ ଜଣେ ଗ୍ଲାମରସ ହିରୋଇନ୍ ଜାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଡେଟ୍ କରିଥିଲେ। ସିଦ୍ଧାର୍ଥ ଓ ଜାକଲିନ୍ ଏକାଠି ଏ ଜେଣ୍ଟଲମ୍ୟାନ୍’ ଫିଲ୍ମରେ ଏକାଠି କାମ କରିଥିଲେ। ଏ ଦୁହିଁଙ୍କର ପ୍ରେମ ସମ୍ପର୍କ ବି ବେଶୀ ଦିନ ତିଷ୍ଠି ନଥିଲା।
ସିଦ୍ଧାର୍ଥ ଓ କିଆରା ପ୍ରାୟ ଛଅ ମାସ ହେବ ପରସ୍ପରକୁ ଡେଟ୍ କରୁଥିବାର ଚର୍ଚ୍ଚା ହେଉଛି। ହେଲେ ଏ ଦୁହିଁଙ୍କର ପ୍ରେମ କାହାଣୀ ଆଗକୁ ବ୍ରେକ୍ ଅପ୍ର ରୂପ ନେଉଛି କି ସେ ଦୁହେଁ ବିବାହ କରୁଛନ୍ତି, ତାହା ସମୟ କହିବ। ‘ଦି ଲଷ୍ଟ ଷ୍ଟୋରିଜ୍’ର ସୁଟିଂ ସମୟରେ କିଆରାର ଆଡଭାନି ଅନ୍ୟ ଜଣେ ଅଭିନେତାଙ୍କ ପ୍ରେମରେ ପଡ଼ିଥିଲେ ବୋଲି କୁହାଯାଏ।
ଏହି ଅଭିନେତା ଜଣକ ହେଲେ ଭିକି କୌଶଲ। ଏ ଦୁହେଁ ଖୁବ୍ କ୍ଲୋଜ୍ ଥିଲେ ବୋଲି କୁହାଯାଏ। ଉଭୟେ ଭିକି ଓ କିଆରା ସେତେବେଳେ ବଲିଉଡରେ ନିଜକୁ ପ୍ରତିଷ୍ଠିତ କରିପାରିନଥିଲେ। ଏଣୁ ଦୁହେଁ ପରସ୍ପରକୁ ସମୟ ଦେଇପାରିନଥିଲେ। ଏହି କାରଣରୁ ଭିକି କୌଶଲ ଓ କିଆରା ଆଡଭାନିଙ୍କର ବ୍ରେକ୍ଅପ୍ ହୋଇଥିଲା ବୋଲି କୁହାଯାଏ।