ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୯ ନିର୍ବାଚନ ମୁକାବିଲା କରିବା ପାଇଁ ରାଜ୍ୟ କଂଗ୍ରେସ ଜୋରଦାର ପ୍ରସ୍ତୁତି ଚଳାଇଛି। ନିକଟରେ ୪୪ଟି ଆସନରେ ଆଗୁଆ ପ୍ରାର୍ଥୀ ଚୂଡ଼ାନ୍ତ କରିଥିବା କଂଗ୍ରେସ ଶନିବାର ମିଡିଆ ଏବଂ ଯୋଗାଯୋଗ ବିଭାଗ ଗଠନ କରିଛି। ନିଖିଳ ଭାରତ କଂଗ୍ରେସ କମିଟିର ଅନୁମୋଦନ କ୍ରମେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହି ବିଭାଗ ଗଠନ କରିଛନ୍ତି।

ଏଥିରେ ବରିଷ୍ଠ ମୁଖପାତ୍ର ଭାବେ ତାରାପ୍ରସାଦ ବାହିନୀପତି, ବିଜୟଲକ୍ଷ୍ମୀ ସାହୁ, ଡକ୍ଟର ପ୍ରଫୁଲ୍ଲ ମାଝି, ଡକ୍ଟର ହମିଦ ହୁସେନ, ଅଂଶୁମାନ ମହାନ୍ତି, ସୁଚରିତା ମହାନ୍ତି, ସମରେନ୍ଦ୍ର ମିଶ୍ରଙ୍କୁ ନିଯୁକ୍ତି ଦିଆଯାଇଛି।

ସେହିପରି ମୁଖପାତ୍ର ଭାବେ ବିଭୁ ପ୍ରସାଦ ତରାଇ, ସସ୍ମିତା ବେହେରା, ବିନାୟକ ଦାସ ମହାପାତ୍ର, ଅମୀୟ ପାଣ୍ଡବ, ସୋନାଲି ସାହୁ, ମନୋଜ ମହାପାତ୍ର, ନାରାୟଣ ପ୍ରସାଦ ଜେନା, ପଦ୍ମାକର ଗୁରୁ, ଦେବୀପ୍ରସାଦ ପୃଷ୍ଟି, ପ୍ରଶାନ୍ତ ଶତପଥୀ, ନିଶିକାନ୍ତ ମିଶ୍ର, ଅର୍ଚ୍ଚନା ନନ୍ଦୀ, ହିଂମାଶୁ ଲେଙ୍କା, ଗୋବିନ୍ଦ ଭୂୟାଁ, ରଜନୀ କୁମାର ମହାନ୍ତି, ସୁଦର୍ଶନ ଦାସ, ବିସ୍ମୟ ମହାପାତ୍ର, ଅମିତ ମହାନ୍ତି, ଅଶୋକ ସାମଲ, ଶୈଳେନ୍ଦୁ ମଜୁମଦାର, ନିକୁଞ୍ଜ ପଶାୟତ, ଡକ୍ଟର ସ୍ମୃତି ରଞ୍ଜନ ଲେଙ୍କାଙ୍କୁ ନିଯୁକ୍ତ କରାଯାଇଛି।

ସ୍ମୃତିରଞ୍ଜନ ଏବେ ଆସାମ ଏବଂ ତ୍ରିପୁରାର ଯୁବ କଂଗ୍ରେସ ପ୍ରଭାରୀ ଅଛନ୍ତି। ରାଜ୍ୟ କଂଗ୍ରେସ ମୁଖପାତ୍ର ଭାବେ ନିଯୁକ୍ତି ପାଇଥିବାରୁ ସେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ଓଡ଼ିଶା କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ଅନ୍ୟ ପ୍ରମୁଖ କଂଗ୍ରେସ ନେତାମାନଙ୍କ ସହ ଏଆସିସି ସମ୍ପାଦକ ଡକ୍ଟର ବିଶ୍ୱରଞ୍ଜନ ମହାନ୍ତିଙ୍କୁ କୃତଜ୍ଞତା ଜଣାଇଛନ୍ତି।

ଏହି ବିଭାଗକୁ ପରାମର୍ଶ ଏବଂ ସହଯୋଗ କରିବା ପାଇଁ ପ୍ରଦେଶ କଂଗ୍ରେସ ଉପସଭାପତି ପ୍ରଫେସର କୈଳାସ ଆଚାର୍ଯ୍ୟ, ଗଣେଶ୍ୱର ବେହେରା, ଡକ୍ଟର ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ଡକ୍ଟର ଦେବାଶିଷ ପଟ୍ଟନାୟକଙ୍କୁ ଦାୟିତ୍ୱ ଦିଆଯାଇଛି।

ମିଡିଆ ସଂଯୋଜକ ଭାବେ ଦୀପକ କୁମାର ମହାପାତ୍ର, ପ୍ରଦୀପ ମହାପାତ୍ର, ଓମ୍ ପ୍ରକାଶ ସାହୁ, ମାନସ ମହାପାତ୍ର, ସୂର୍ଯ୍ୟାନାରାୟଣ ପଣ୍ଡାଙ୍କୁ ନିଯୁକ୍ତି ଦିଆଯାଇଛି।

LEAVE A REPLY

Please enter your comment!
Please enter your name here