ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫିଲିପିନ୍ସର ଏକ ଏୟାରଲାଇନରେ କାର୍ଯ୍ୟରତ ଜଣେ ଏୟାର ହୋଷ୍ଟେସ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଏୟାର ହୋଷ୍ଟେସ ଜଣଙ୍କ ଅଜଣା ପାସେଞ୍ଜରଙ୍କ ଶିଶୁକୁ ସନ୍ତ୍ୟପାନ କରାଇଛନ୍ତି। ନିଜ କର୍ତବ୍ୟରୁ ବହୁ ଆଗକୁ ଯାଇ ଏଭଳି କରିଥିବାରୁ ମହିଳାଙ୍କୁ ସୋସିଆଲ ମିଡିଆରେ ଖୁବ ପ୍ରଶଂସା କରାଯାଇଛି।

ଫିଲିପିନ୍ସର ଏକ ଏୟାରଲାଇନରେ ଏୟାର ହୋଷ୍ଟେସ ଅଛନ୍ତି ପତ୍ରିସା। ଗତ ୬ ତାରିଖରେ ପତ୍ରିସାଙ୍କୁ ଏକ ଅଜବ ପରିସ୍ଥିତିର ସାମ୍ନା କରିବାକୁ ପଡିଥିଲା। ସେ ଡ୍ୟୁଟିରେ ଥିଲେ ଆଉ ଠିକ୍ ଏହି ସମୟରେ ଫ୍ଲାଇଟରେ ଏକ ଛୋଟ ପିଲା କାନ୍ଦିବାକୁ ଲାଗିଥିଲା।

 

ତେବେ ଦୀର୍ଘ ସମୟ ଧରି ପିଲାଟିର କାନ୍ଦ ବନ୍ଦ ନହେବାରୁ ପତ୍ରିସା ଶିଶୁଟିର ମାଆଙ୍କ ନିକଟରେ ପହଞ୍ଚିଥିଲେ। ଏବଂ ତାଙ୍କୁ ପିଲାର କାନ୍ଦିବାର କାରଣ ସଂପର୍କରେ ପଚାରି ବୁଝିଥିଲେ। ଏହାପରେ ସେ ଜାଣିବାକୁ ପାଇଥିଲେ କି ଶିଶୁଟିର ଫର୍ମୂଲା କ୍ଷୀର ସରିଯାଇଛି ଏବଂ ଫ୍ଲାଇଟ ସପ୍ଲାଏ ନିକଟରେ ବି କ୍ଷୀର ନଥିଲା।

ଏଭଳି ପରିସ୍ଥିତିରେ ଏୟାର ହୋଷ୍ଟେସ ନିଜେ ଶିଶୁଟିକୁ ସ୍ତନ୍ୟପାନ କରାଇଥିଲେ। ପତ୍ରିସା କହିଛନ୍ତି, “ସ୍ତନ୍ୟପାନ କରାଇବା ପରେ ଶିଶୁଟି ଶୋଇପଡିଥିଲା ଏବଂ ଶିଶୁଟିର ମାଆ ବି ବହୁତ ଖୁସି ହୋଇଯାଇଥାଏ।” ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଗତ ତିନି ଦିନ ଭିତରେ ମହିଳାଙ୍କର ଏହି ପୋଷ୍ଟଟିକୁ ୩୪ ହଜାରରୁ ଅଧିକ ଥର ସେୟାର କରାଗଲାଣି। ଆହୁରି ଭଲ କଥା ହେଉଛି, ଏହି ଫ୍ଲାଇଟ ପରେ ପତ୍ରିସାଙ୍କର ପ୍ରମୋଶନ ମଧ୍ୟ ହୋଇ ଯାଇଥିଲା।

Comment