ଓଡ଼ିଶାଲାଇଭ୍ ବ୍ୟୁରୋ

  • ଡିସେମ୍ବର ୮ରୁ ଆରମ୍ଭ ହେବ ‘ଟୁର ଡେ କଳିଙ୍ଗ’
  • ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପଠାରୁ ଆରମ୍ଭ ହେବ ସାଇକେଲ ଯାତ୍ରା
  • ୧୩ ଦିନର ଏହି ସାଇକେଲ ଯାତ୍ରା
  • ୧୦ ଟି ଜିଲ୍ଲାରେ କରିବେ ପରିଭ୍ରମଣ

ସ୍ୱଚ୍ଛତା, ପରିବେଶ ସୁରକ୍ଷା ଏବଂ ଶିକ୍ଷା ସଚେତନତା ବାର୍ତ୍ତା ନେଇ ରୁଟ୍‌ସ ଅଫ ଓଡ଼ିଶା ଫାଉଣ୍ଡେସନ ପକ୍ଷରୁ ହେବାକୁ ଯାଉଛି ସାଇକ୍ଲୋଥନ୍ କାର୍ଯ୍ୟକ୍ରମ। ଚଳିତବର୍ଷ ସାଇକେଲ ଯାତ୍ରା କାର୍ଯ୍ୟକ୍ରମର ନାମ ରହିଛି ‘ଟୁର ଡେ କଳିଙ୍ଗ’। ଏହି ସାଇକେଲ ଯାତ୍ରା ଡିସେମ୍ବର ୮ରୁ ଆରମ୍ଭ ହୋଇ ଡିସେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ହେବ। ଏହି ସାଇକେଲ ଯାତ୍ରା ରବୀନ୍ଦ୍ର ମଣ୍ଡପଠାରୁ ଆରମ୍ଭ ହୋଇ ରାଜ୍ୟର ୧୦ଟି ଜିଲ୍ଲାରେ ୧୩୦୦ କିମି ରାସ୍ତା ପରିଭ୍ରମଣ କରିବ। ପରିଶେଷରେ ଭୁବନେଶ୍ୱରରେ ଆସି ପହଁଚିବେ ବୋଲି ରୁଟ୍‌ସ ଅଫ ଓଡ଼ିଶା ଫାଉଣ୍ଡେସନର ଅଧ୍ୟକ୍ଷ ସୁଧୀର କୁମାର ଦାଶ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଏହି ସାଇକେଲ ଶୋଭାଯାତ୍ରାରେ ୩୦ ଜଣ ଅନ୍ତର୍ଜାତୀୟ ସାଇକେଲ ଚାଳକଙ୍କ ସହ ରାଜ୍ୟର ପ୍ରାୟ ୫୦୦ରୁ ଅଧିକ ଲୋକ ସାମିଲ ହେବେ। ଏହି ସାଇକେଲ ଯାତ୍ରା ଡିସେମ୍ବର ୮ ତାରିଖ ସକାଳୁ ଭୁବନେଶ୍ୱରରୁ ବାହାରି କୋଣାର୍କ-ପୁରୀ ଦେଇ ସାତପଡ଼ାଠାରେ ପହଁଚିବ। ଦ୍ୱିତୀୟ ଦିନ ଅର୍ଥାତ ଡିସେମ୍ବର ୯ ତାରିଖ ସକାଳୁ ୩୦ ଜଣ ଚାଳକ ରାଜ୍ୟ ପରିକ୍ରମାରେ ବାହାରିବେ।

ବ୍ରହ୍ମପୁର, ଚନ୍ଦ୍ରଗିରି, ପାରଳାଖେମୁଣ୍ଡି, ରାୟଗଡ଼ା ଦେଇ କୋରାପୁଟରେ ପହଁଚିବେ। ତାପରେ କୋରାପୁଟରୁ ବେଲଘର, ଫୁଲବାଣୀ, ଖୋର୍ଦ୍ଧା ଦେଇ ଭୁବନେଶ୍ୱରରେ ଡିସେମ୍ବର ୨୦ ତାରିଖରେ ଆସି ପହଁଚିବେ।

ଚଳିତବର୍ଷ ଟୁର ଡେ କଳିଙ୍ଗରେ ଓଡ଼ିଆ ଧାବିକା ଦୂତୀ ଚାନ୍ଦ ଏବଂ ଏସିୟ ଟ୍ରାନ୍ସ ସାଇବେରିଆନ ଏକ୍ସଟ୍ରିମ ସାଇକେଲ ଚାଳକ ଅମିତ ସମର୍ଥ ଆମ୍ବାସାଡର ଭାବେ ଯୋଗ ଦେବେ।

ରୁଟ୍‌ସ ଅଫ ଓଡ଼ିଶା ଫାଉଣ୍ଡେସନ ପକ୍ଷରୁ ଗତ ୪ବର୍ଷ ଧରି ଏହି ସାଇକ୍ଲୋଥନ କାର୍ଯ୍ୟକ୍ରମ ହୋଇଆସୁଅଛି। ୨୦୧୫ ମସିହାରେ ଏହା ଆରମ୍ଭ ହୋଇଥିଲା। ୨୦୧୬ରେ କୋଣାର୍କରୁ ନୂଆଦିଲ୍ଲୀ ସାଇକେଲ ଯାତ୍ରା କରିଥିଲେ।

LEAVE A REPLY

Please enter your comment!
Please enter your name here