ଓଡିଶାଲାଇଭ ବ୍ୟୁରୋ

ମହାରାଷ୍ଟ୍ରରେ ଚାଷୀମାନେ ବିଭିନ୍ନ ଦାବି ନେଇ ଆନ୍ଦୋଳନ କରିଛନ୍ତି। ଏହି ଦାବି ପୂରଣ ପାଇଁ କୃଷକମାନେ ମୁମ୍ବାଇସ୍ଥିତ ଆଜାଦ ମଇଦାନରେ ଏକତ୍ରିତ ହୋଇଛନ୍ତି। ଲୋକ ସଂଘର୍ଷ ମୋର୍ଚ୍ଚା ପକ୍ଷରୁ ଏହି ଆନ୍ଦୋଳନ କରାଯାଇଛି।

ଜମି ପଟ୍ଟା, ବନାଧିକାର ମରୁଡ଼ି ସମସ୍ୟା, ଆଦିବାସୀମାନଙ୍କୁ ଜଙ୍ଗଲ ଜମି ପ୍ରଦାନ କରାଯାଉ ଏବଂ ମରୁଡ଼ି ସମସ୍ୟାର ସମାଧାନ କରିବା ସହିତ ଏମଏସପି ବୃଦ୍ଧି ଏବଂ ତାକୁ ଲାଗୁ କରିବା ପାଇଁ ଚାଷୀ ଦାବି କରିଛନ୍ତି।

ଯଦି ମହାରାଷ୍ଟ୍ର ସରକାର ଚଳିତ ଥର କୃଷକଙ୍କ ଦାବି ପୂରଣ ନକରେ ତେବେ ଏହି ଆନ୍ଦୋଳନକୁ ଆହୁରି ତୀବ୍ର ରୂପ ନେବ ବୋଲି ମୋର୍ଚ୍ଚା ପକ୍ଷରୁ ଚେତାବନୀ ଦିଆଯାଇଛି। କାରଣ ଏହା ପୂର୍ବରୁ ମହାରାଷ୍ଟ୍ରରେ ମାର୍ଚ୍ଚ ମାସରେ ଚାଷୀମାନେ ଆନ୍ଦୋଳନ କରିଥିଲେ। ସେହି ଆନ୍ଦୋଳନରେ ମହାରାଷ୍ଟ୍ର ସରକାର କୃଷକଙ୍କ ଦାବି ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଆନ୍ଦୋଳନକୁ ୯ ମାସ ବିତି ଯାଇଥିଲେ ମଧ୍ୟ ସରକାର ତାଙ୍କ ଦାବି ପୂରଣ କରିନାହାନ୍ତି ବୋଲି କୃଷକ ଅଭିଯୋଗ କରିଛନ୍ତି।

ଲୋକ ସଂଘର୍ଷ ମୋର୍ଚ୍ଚା ସଭାପତି ପ୍ରତିଭା ସିନ୍ଧେ କହିଛନ୍ତି, “ଦୀର୍ଘଦିନରୁ କୃଷକ କରୁଥିବା ଦାବି ପୂରଣ କରିବାକୁ ସରକାରଙ୍କୁ ବାରମ୍ବାର କୁହାଯାଇଥିଲେ ବି ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।”

LEAVE A REPLY

Please enter your comment!
Please enter your name here