ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଅର୍ଡିନାରୀ ଓ ଏକ୍ସପ୍ରେସ୍ ବସ୍ ଭଡ଼ା କମିଲା ୨ ପଇସା
  • ଡିଲକ୍ସ ଓ ଏସି ଡିଲକ୍ସ ବସ୍ ଭଡ଼ା ୪ ପଇସା କମିଲା
  • ଡିଜେଲ ମୂଲ୍ୟ ହ୍ରାସ ପାଇଥିବାରୁ କମିଲା ଭଡ଼ା
  • ରାଜ୍ୟ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି

ଡିଜେଲ ଦର ହ୍ରାସ ପାଇଥିବାରୁ ବସ୍ ଭଡ଼ା କମାଇଛନ୍ତି ରାଜ୍ୟ ସରକାର। କିଲୋମିଟର ପିଛା ୨ରୁ ୪ ପଇସା ହ୍ରାସ ପାଇଥିବା ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଅର୍ଡିନାରୀ ଓ ଏକ୍ସପ୍ରେସ୍ ବସ୍ ଭଡ଼ା ୨ ପଇସା କମିଥିବା ବେଳେ ଡିଲକ୍ସ ଏବଂ ଏସି ଡିଲକ୍ସ ବସ୍‌ ଭଡ଼ା କିଲୋମିଟର ପିଛା ୪ ପଇସା ହ୍ରାସ ପାଇଛି।

ଅର୍ଡିନାରୀ ବସ୍ ଭଡ଼ା କିଲୋମିଟର ପିଛା ୭୨ ପଇସା ଥିଲା। ତାହା ଏବେ ହ୍ରାସ ପାଇ ୭୦ ପଇସା ହୋଇଛି। ସେହିପରି ଏକ୍ସପ୍ରେସ୍ ବସ୍ ଭଡ଼ା ୭୫ ପଇସା ଥିଲା। ଏବେ ତାହା ହ୍ରାସ ପାଇ ୭୩ ପଇସା ହୋଇଛି।

ଡିଲକ୍ସ ବସ୍‌ ଭଡ଼ା କିଲୋମିଟର ପିଛା ୧ଟଙ୍କା ୫ ପଇସା ଥିଲା। ଏବେ ତାହା ୧ ଟଙ୍କା ୧ ପଇସା ହୋଇଛି। ଏସି ଡିଲକ୍ସ ବସ୍ ଭଡ଼ା ୧ ଟଙ୍କା ୨୭ ପଇସା ଥିଲା। ଭଡ଼ା କମିଥିବାରୁ ଏବେ ତାହା ୧ ଟଙ୍କା ୨୩ ପଇସାକୁ ହ୍ରାସ ପାଇଛି।

Comment