ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ଭାଷା, ସାହିତ୍ୟ, ସଂସ୍କୃତି ଓ ଐତିହ୍ୟର ଗବେଷଣାଭିତ୍ତିକ ନିବନ୍ଧକୁ ନେଇ ଉନ୍ମୋଚିତ ହୋଇଛି ପୁସ୍ତକ ‘ଆବଦ୍ଧ ପଦଚିହ୍ନ’।

ଉନ୍ନୟନ କମିଶନର ଆର୍. ବାଲକ୍ରିଷ୍ଣନ୍‌ ଦ୍ୱାରା ରଚିତ ଏବଂ କଥାକାର ତଥା ଅତିରିକ୍ତ ସଚିବ ସଂଗ୍ରାମ ମହାପାତ୍ରଙ୍କ ଦ୍ୱାରା ସଂକଳିତ ପୁସ୍ତକ ‘ଆବଦ୍ଧ ପଦଚିହ୍ନ’ ଉନ୍ମୋଚିତ ହୋଇଛି। ଭୁବନେଶ୍ୱରସ୍ଥିତ ମଧୁସୂଦନ ଦାସ ଆଞ୍ଚଳିକ ପରିଚାଳନା ଏକାଡେମୀରେ ଶୁକ୍ରବାର ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ପୁସ୍ତକକୁ ଉନ୍ମୋଚନ କରିଥିଲେ। ତାମିଲ ଭାଷାରେ ରଚନା ହୋଇଥିବା ଏହି ପୁସ୍ତକକୁ ଓଡ଼ିଆରେ ଅନୁବାଦ ଓ ଶବ୍ଦ ସଂଯୋଜନା କରିଛନ୍ତି କଥାକାର ସଂଗ୍ରାମ ମହାପାତ୍ର।

ଓଡ଼ିଶାର ଐତିହ୍ୟ, ସଂସ୍କୃତି,କୋଣାର୍କର କାରୁକାର୍ଯ୍ୟ ବିଶେଷ କରି ଜଗନ୍ନାଥ ସଂସ୍କୃତି ଉପରେ ଆଧାରିତ ଏହି ପୁସ୍ତକ। ଏହା ଏକ ଗବେଷଣାଭିତ୍ତିକ ନିବନ୍ଧ।

୧୯୯୪ ମସିହାରୁ ଆର୍. ବାଲକ୍ରିଷ୍ଣନ୍‌ ଓଡ଼ିଶାରେ ନିଜ ଚାକିରି ଜୀବନ ଆରମ୍ଭ କରିଥିଲେ। ଦୀର୍ଘ ୩୪ ବର୍ଷର ଅନୁଭୂତିକୁ ଏକ ପୁସ୍ତକ ମାଧ୍ୟମରେ ପରିପ୍ରକାଶ କରିଛନ୍ତି ବାଲକ୍ରିଷ୍ଣନ୍‌। ଶୁକ୍ରବାର ଥିଲା ବାଲକ୍ରିଷ୍ଣନ୍‌ଙ୍କ ଚାକିରି ଜୀବନର ଶେଷ ଦିନ। ଏହି ଅବସରରେ ପୁସ୍ତକ ‘ଆବଦ୍ଧ ପଦଚିହ୍ନ’ ଉନ୍ମୋଚିତ କରାଯାଇଛି।

‘ତାମିଲ ସାହିତ୍ୟରେ ପାରଦର୍ଶିତା ଲାଭ କରିଥିବା ବାଲକ୍ରିଷ୍ଣନ୍‌ କିପରି ଓଡ଼ିଶା ଭାଷା, ସଂସ୍କୃତି, ପରମ୍ପରା, କୋଣାର୍କ, ଚନ୍ଦ୍ରଭାଗା ତଥା ଆଦିବାସୀ ଜନଜାତି ସହ ଜଡ଼ିତ ଏହି ପୁସ୍ତକରେ ନିଚ୍ଛୁକ ଭାବେ ଉପସ୍ଥାପନା କରାଯାଇଛି। ଓଡ଼ିଶା ଇତିହାସ, ପ୍ରାଚୀନ ଉଡ୍ର ଦେଶରୁ ଓଡ଼ିଶାର ଉତ୍ପତିର ଏକ ଗବେଷଣାକ ଭିତ୍ତିକ ପୁସ୍ତକ। ଏହାକୁ ବହି କୁହାଯାଇ ପାରିବନି, ଏହା ହେଇଛି ଓଡ଼ଶାର ସତ୍ତା।

ପ୍ରାଚୀନ ଓଡ଼ିଶାର ନୌବାଣିଜ୍ୟ, ପୂର୍ବାଞ୍ଚଳ କୃଷକରୁ ଓଡ଼ିଆ ପାଇକଙ୍କ ଉତ୍ପତି, ସୁର୍ଯ୍ୟ ଉପାସନାର ଆରମ୍ଭ ଓ ଏହା ସହିତ କୋଣାର୍କ ସୂର୍ଯ୍ୟ ମନ୍ଦିରର ପ୍ରତିଷ୍ଠା ଓଡ଼ିଶା ମାଟିରେ ମଣିଷ ଜାତିର ସୃଷ୍ଟି ଓ ଏହାର ସ୍ଥାନମାନଙ୍କର ନାମକରଣ ଇତ୍ୟାଦି । ମୋଟାମୋଟି ଭାବେ ଆର୍. ବାଲକ୍ରିଷ୍ଣନ୍‌ ସମ୍ପୂର୍ଣ୍ଣ ଓଡ଼ିଶାକୁ ଦର୍ଶାଇଛନ୍ତି ଏହି ପୁସ୍ତକରେ।

ଏହି ଅବସରରେ ସୁବ୍ରତ ବାଗ୍‌ଚୀ କହିଛନ୍ତି, “ଆବଦ୍ଧ ପଦଚିହ୍ନ’ ଐତିହାସିକ ସମୟରୁ ଓଡ଼ିଶାର ସତ୍ତା ଉପରେ ଏକ ରଚନା। ଓଡ଼ିଶାରେ ୩୪ ବର୍ଷର ସ୍ନେହ, ଶ୍ରଦ୍ଧା, ସ୍ମୃତିକୁ ସାଉଁଟି ସେ ଏହି ବହିରେ ଏକାଠି କରିଛନ୍ତି।”

ପଶ୍ଚିମା ପବ୍ଲିକେସନ ପକ୍ଷରୁ ଏହି ପୁସ୍ତକ ପ୍ରକାଶ କରାଯାଇଛି। ଏହି ପୁସ୍ତକ ଉନ୍ମୋଚନ ସମାରୋହରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ କୁମାର ପାଢ଼ି, ରାଜ୍ୟସଭା ସାସଂଦ ସୋମ୍ୟରଞ୍ଜନ ପଟ୍ଟନାୟକ ଯୋଗଦେଇଥିଲେ।

Comment