ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଶାସନିକ ସ୍ତରରେ ଶନିବାର ବଡ଼ ଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର। ଏନେଇ ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୯୯୩ ବ୍ୟାଚର ଆଇଏଏସ୍ ଅଫିସର ଅଶୋକ କୁମାର ମୀନାଙ୍କୁ ଅର୍ଥ ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତି କରାଯାଇଛି।

ସେହିପରି ଅର୍ଥ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ତୁହିନକାନ୍ତ ପାଣ୍ଡେଙ୍କୁ ନୂଆଦିଲ୍ଲୀ ବଦଳି କରାଯାଇଛି। ତାଙ୍କୁ ପ୍ରମୁଖ ରେସିଡେଣ୍ଟ କମିଶନର ଭାବେ ନିଯୁକ୍ତି କରାଯାଇଛି।

ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଗିରିଶ ଏସ୍‌ ଏନ୍‌ଙ୍କୁ ସାଧାରଣ ପ୍ରଶାସନ ଏବଂ ଜନ ଅଭିଯୋଗ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତି ଦିଆଯାଇଛି।

ଯୋଜନା ଏବଂ ସମନ୍ୱୟ ବିଭାଗର ଅତିରିକ୍ତ ସଚିବ ଦେବେନ୍ଦ୍ର କୁମାର ଜେନାଙ୍କୁ ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତି କରାଯାଇଛି।

LEAVE A REPLY

Please enter your comment!
Please enter your name here